ସରକାରୀ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ଆଶାୟୀଙ୍କୁ ବଡ଼ ଝଟକା ! ଶେଷ ହୋଇଯିବ ହଜାର ହଜାର ପଦବୀ

36

ସାରା ଦେଶରେ ବେକାରିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯୁଆଡ଼େ ଚାହିଁବ ବେକାର ହିଁ ବେକାର । ସରକାର କହୁଛନ୍ତି ଆମେ ନିଯୁକ୍ତି ବ୍ୟବସ୍ଥା କରୁଛୁ । ଏହିଭଳି ନିଯୁକ୍ତି ଓ ବେକାରଙ୍କ ଟଣାଟଣି ଭିତରେ ଆସିଛି ବଡ଼ ଖବର । କହିବାକୁ ଗଲେ ଖରାପ ଖବର । ସୂଚନା ଅନୁସାରେ କିଛି ପଦବୀକୁ ଶେଷ କରିବା ପାଇଁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରୀ ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ବଢ଼ିବ ଅଡ଼ୁଆ । ସରକାରୀ ନିଯୁକ୍ତି ପାଇବା ପାଇଁ ସ୍ୱପ୍ନ ଦେଖୁଥିବେ ଯୁବକ ଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝଟକା ଦେଇପାରନ୍ତି । ବିଭିନ୍ନ ମନ୍ତ୍ରାଳୟରେ ବର୍ଷ ବର୍ଷ ଧରି ଖାଲିପଡିଛି ପଦବୀ । ଆଉ ଏହି ପଦବୀକୁ ଶେଷ କରିବା ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଏନେଇ ସମସ୍ତ ମନ୍ତ୍ରାଳୟ ଓ ବିଭାଗକୁ ସୂଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକୃତକଥା ହେଲା ସରକାର ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ୫ ବର୍ଷ ପର୍ଯ୍ୟନ୍ତ ଖାଲିପଡିଥିବା ସ୍ଥାନଗୁଡିକୁ ବନ୍ଦ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାର ଏହି ସମ୍ବନ୍ଧରେ ସମସ୍ତ ମନ୍ତ୍ରାଳୟ ଓ ବିଭାଗକୁ ବିସ୍ତୃତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏକ କାର୍ଯ୍ୟାଳୟ ବୈଠକରେ ସମସ୍ତ ପଦ ପଦବିକୁ ସମାପ୍ତ କରି ପାଇଁ ରିପୋର୍ଟ ପ୍ରଦା କରିବା ପାଇଁ କହିଛନ୍ତି । ୧୬ ଜାନୁୟାରୀ ୨୦୧୮ର ଏକ ବିଜ୍ଞପ୍ତି ଜ୍ଞାପନ ଅନୁସାରେ, ଏଥିପାଇଁ ସମସ୍ତ ମନ୍ତ୍ରାଳୟ ଓ ବିଭାଗର ସରକାରୀ କର୍ମଚାରୀ ଓ ସଂଯୁକ୍ତ ସଚିବଙ୍କୁ ବିଭାଗରେ ୫ ବର୍ଷ ଯାଏ ଖାଲିପଡିଥବା ପଦବିର ରିପୋର୍ଟ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ।