ପୂଜା ପୂର୍ବରୁ ବଢ଼ିପାରେ ସରକାରୀ କର୍ମଚାରୀଙ୍କ ଦରମା ! ଆସିପାରେ ସପ୍ତମ ବେତନ କମିଶନ ଦରମା

64

କନକ ବ୍ୟୁରୋ : ପୂଜା ପୂର୍ବରୁ ବଢ଼ିପାରେ ସରକାରୀ କର୍ମଚାରୀଙ୍କ ଦରମା । ସପ୍ତମ ବେତନ କମିଶନ ଦରମା ପାଇପାରନ୍ତି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସଧାରୀ । ରାଜ୍ୟ ସରକାରଙ୍କୁ ଫିଟମେଂଟ୍ କମିଟିର ରିପୋର୍ଟ ମିଳିସାରିଛି । କେବଳ ସରକାରୀ ଘୋଷଣାକୁ ଅପେକ୍ଷା । ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଧାରୀମାନଙ୍କ ମାସିକ ଦରମା ଓ ଭତ୍ତା ପ୍ରାୟ ୧୫ ପ୍ରତିଶତ ହାରରେ ବୃଦ୍ଧି ପାଇଲେ, ଏହା ମାତ୍ର ସାଢ଼େ ତିନି ହଜାର କୋଟି ଟଙ୍କା ପଡ଼ିବ ବୋଲି ସଚିବାଳୟ ସେବା କର୍ମଚାରୀ ସଂଘ ପକ୍ଷରୁ କୁହାଯାଉଛି । ଗତ ବର୍ଷ ତୁଳନାରେ ରାଜ୍ୟର ରାଜସ୍ୱ ଆଦାୟ ପ୍ରାୟ ୧୫ ପ୍ରତିଶତ ବଢ଼ିଥିବା ବେଳେ ସରକାର ପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କ ଦରମା ବଢ଼ାଇପାରନ୍ତି ବୋଲି ଅନୁମାନ କରାଯାଉଛି ।