ଦକ୍ଷତା ବଢିଲେ ଦରମା ବଢିବ : ଠକ କର୍ମଚାରୀଙ୍କୁ ସାବାଡ କରିବାକୁ କେନ୍ଦ୍ରର ନୂଆ ଫର୍ମୁଲା

29

କନକ ବ୍ୟୁରୋ : କାମ ନାହିଁ ତ ଇନକ୍ରିମେଂଟ୍ ନାହିଁ । ନିର୍ଦ୍ଧିଷ୍ଟ ସମୟରେ ଆପେ ଆପେ ପଦୋନ୍ନତି ମିଳିବ ନାହିଁ। କିମ୍ବା ଉପର ପଦର ଦରମା ମିଳିବ ନାହିଁ । ଏଣିକି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ଏଭଳି ନୂଆ ନିୟମ । ଏଣିିକି କାର୍ଯ୍ୟକ୍ଷେତ୍ରରେ ସରକାରୀ କର୍ମଚାରୀଙ୍କ ପ୍ରଦର୍ଶନ ଭେରିଗୁଡ୍ ବା “ଅତିଭଲ’ ନହେଲେ ସେମାନଙ୍କୁ ଆଉ ବର୍ଷକୁ ୩ ପ୍ରତିଶତ ଇନକ୍ରିମେଂଟ୍ ମିଳିବ ନାହିଁ । ସେହିଭଳି ୧୦, ୨୦ ଓ ୩୦ ବର୍ଷ ବୟସରେ ଯେଉଁ ତିନିଟି ପଦୋନ୍ନତି ମିଳୁଥିଲା ବା ଉପର ପଦର ବର୍ଦ୍ଧିତ ଦରମା ମିଳୁଥିଲା ତାହା ଆପେ ଆପେ ହୋଇଯିବ ନାହିଁ । ଅନ୍ତତଃ ୨୦ ବର୍ଷ ପର୍ଯ୍ୟନ୍ତ ପଦୋନ୍ନତିକୁ ହକ୍ ବୋଲି ଧରାଯାଇପାରିବ ନାହିଁ ।

ଏବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ବେତନ କମିଶନ ସୁପାରିଶକୁ ଗ୍ରହଣ କଲା ବେଳେ ଏଭଳି ବ୍ୟବସ୍ଥା ଲାଗୁ କରିବେ ତ? ବର୍ତମାନ ରାଜ୍ୟର କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନଥିଲେ, ତାଙ୍କର ବାର୍ଷିକ ଇନକ୍ରିମେଂଟ୍ ଅଟକୁ ନାହିଁ । ତେବେ ପଦୋନ୍ନତି କ୍ଷେତ୍ରରେ ପ୍ରଦର୍ଶନକୁ ବିଚାରକୁ ନିଆଯାଉଛି।