ପୂଣ୍ୟ ମାସରେ ବିଜେଡିର ପଂଚାୟତ ପ୍ଳାନ୍ : ପୁରୀରେ ନିର୍ମାଣ ହେଲା ହାଇଟେକ୍ ଅସ୍ଥାୟୀ ଶିବିର

49

ପୁରୀ ବ୍ୟୁରୋ, କନକ ନ୍ୟୁଜ୍  : ପୂଣ୍ୟ ମାସରେ ବିଜେଡିର ପଂଚାୟତ ପ୍ଲାନ । ରାଜ୍ୟ ସରକାରଙ୍କ ନୂଆ ଯୋଜନା । ଟାର୍ଗେଟରେ ହବିଷ୍ୟାଳି । କାର୍ତିକ ବ୍ରତ ପାଇଁ ପୁରୀରେ ୨ହଜାର ହବିଷ୍ୟାଳିଙ୍କ ପାଇଁ ମାଗଣା ରହଣୀ ବ୍ୟବସ୍ଥା କରୁଛନ୍ତି ସରକାର । ଏଥିପାଇଁ ଶ୍ରୀକ୍ଷେତ୍ରରେ ତିଆରି ହୋଇଛି ହାଇଟେକ୍ ଅସ୍ଥାୟୀ ଶିବିର । ପୁରୀ ସହରର ୪ଟି ସ୍ଥାନରେ ସେମାନଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ।

୨ହଜାର ଲୋକଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଉଥିବା ବେଳେ ଯୋଜନାର ସମୀକ୍ଷା କରିଛନ୍ତି କେନ୍ଦ୍ରାଂଚଳ ଆରଡିସି । ଅନ୍ୟପଟେ ପୂଣ୍ୟ ପୁଷ୍କରିଣୀଗୁଡିକରେ ହବିଷ୍ୟାଳିଙ୍କ ସ୍ନାନ ବ୍ୟବସ୍ଥା ହୋଇଛି । ଏନେଇ ପୁଷ୍କରିଣୀ ଗୁଡିକ ସଫା ହୋଇଛି । ଏହା ସହ ରହିବା ସ୍ଥାନରେ ଭାଗବତ ପାରାୟଣ ବ୍ୟବସ୍ଥା ମଧ୍ୟ କରିଛନ୍ତି ସରକାର ।

୧୨୫୦ ଜଣ ହବିଷ୍ୟାଳି ପଂଜୀକରଣ କରାଇଥିବା ଜମାପଡିଛି । ଆସନ୍ତା ୧୫ ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସାଧାରଣ ଲୋକଙ୍କୁ ଆକର୍ଷଣ କରିବା ପାଇଁ ଏହା ଏକ ସରକାରଙ୍କ ନୂଆ ବ୍ୟବସ୍ଥା ବୋଲି ଚର୍ଚ୍ଚା ହେଉଛି ।