ଓଡିଶା ସଚିବାଳୟରେ ଖୋଲିଲା ସୋସିଆଲ ମିଡିଆ ଗ୍ରୀଭାନ୍ସ ସେଲ ! ଟ୍ୱିଟର କିମ୍ବା ଫେସବୁକରେ ଅଭିଯୋଗ ଶୁଣିବେ ସରକାର ।

34

କନକ ବ୍ୟୁରୋ : ସାଧାରଣ ଲୋକଙ୍କ ନିକଟତର ହେବେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ସମସ୍ତ ଅଭିଯୋଗ ଶୁଣିବାକୁ ପ୍ରୟାସ କରିବ ନବୀନ ସରକାର । ଏଥିପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଓଡିଶା ସଚିବାଳୟରେ ଖୋଲିଛନ୍ତି ସୋସିଆଲ ମିଡିଆ ଗ୍ରୀଭାନ୍ସ ସେଲ । ଟ୍ୱିଟର କିମ୍ବା ଫେସବୁକରେ ଅଭିଯୋଗ ଆଣିଲେ ଏଣିକି ଶୁଣିବେ ସରକାର ।

ସଚିବାଳୟରେ ସୋସିଆଲ ମିଡିଆ ଗ୍ରୀଭାନ୍ସ ସେଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟର କିମ୍ବା ଫେସବୁକରେ ଆପଣଙ୍କ ଅଭିଯୋଗ ପାଇବା ପରେ ଏହାକୁ ସମ୍ପୃକ୍ତ ଜିଲ୍ଲାର ଏସପି,ଜିଲ୍ଲାପାଳ, ଓ ବିଭାଗୀୟ ଅଧିକାରୀଙ୍କ ପାଖକୁ ପଠାଇ ଦେବାର ବ୍ୟବସ୍ଥା କରାଯାଇଛି । ସେମାନେ ୨୪ ରୁ ୪୮ ଘଂଟା ମଧ୍ୟରେ ମାମଲାର ସମଧାନ ପାଇଁ ଉଦ୍ୟମ କରିବେ । ଏହା ଫଳରେ ଏବେ ସାଧାରଣ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିପାରିବେ ।