ବାଲିଗୁଡା ଏନକାଉଂଟରରେ ମୃତ ପରିବାରର ସଦସ୍ୟଙ୍କ ମଧ୍ୟରୁ ଜଣକୁ ମିଳିବ ସରକାରୀ ଚାକିରି : ମୁଖ୍ୟମନ୍ତ୍ରୀ

28

କନ୍ଧମାଳ : ବାଲିଗୁଡା ଏନକାଉଂଟରରେ ମୃତ ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣକୁ ମିଳିବ ସରକାରୀ ଚାକିରି ।ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମୃତ ପରିବାରଙ୍କୁ ସାମାଜିକ ଯୋଜନାରେ ସୁବିଧା ମିଳିବ ବୋଲି କjଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ପ୍ରତିପରିବାକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି । ଗୁଗୁଡୁମାହା ଗାଁ ନିକଟରେ ଏନକାଉଂଟର ବେଳେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଓ ଏକ ୨ ବର୍ଷର ଶିଶୁ ଥିବା ଜଣାପଡିଛି ।