ଠକ କର୍ମଚାରୀ ସାବଧାନ : ସରକାରୀ ଚାକିରିରେ ହେବ ପ୍ରାଇଭେଟ୍ କଂପାନୀ ଭଳି ବ୍ୟବସ୍ଥା

31

କନକ ବ୍ୟୁରୋ : ଠକ କର୍ମଚାରୀ ସାବଧାନ। ଏଣିକି କମ୍ କାମ କଲେ ମିଳିବ କମ୍ ଦରମା । ସରକାରୀ ଚାକିରିରେ ହେବ ପ୍ରାଇଭେଟ୍ କଂପାନୀ ଭଳି ବ୍ୟବସ୍ଥା । ବାର୍ଷିକ ବେତନ ବୃଦ୍ଧି ନିର୍ଭର କରିବ କର୍ମଚାରୀଙ୍କ ପରଫରମାନ୍ସ ଉପରେ । ଘରୋଇ କଂପାନୀ ଭଳି ଏବେ ସରକାରୀ ଚାକିରିରେ ବି ପ୍ରଦର୍ଶନକୁ ଆଧାର କରି ବାର୍ଷିକ ବେତନ ବୃଦ୍ଧି ପ୍ରଦାନ କରାଯିବ । ଯେଉଁ କର୍ମଚାରୀ ଭାବୁଥିବେ ସରକାରୀ ଚାକିରି ଅର୍ଥ ହେଉଛି କମ କାମ, ସେମାନଙ୍କୁ ସତର୍କ କରିଛି ଅର୍ଥ ମନ୍ତ୍ରାଳୟ । ସପ୍ତମ ବେତନ କମିଶନଙ୍କ ସୁପାରିଶ ଉପରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରାଯାଇଛି । ଗତ ଜାନୁୟାରୀରୁ ପିଛିଲା ଭାବେ ବର୍ଦ୍ଧିତ ଦରମା କର୍ମଚାରୀଙ୍କୁ ଅଗଷ୍ଟ ମାସରେ ମିଳିବ । ଏହା କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ଯେତିକି ଉତ୍ସାହିତ କରିଛି, ସେତିକି ସଜାଗ ମଧ୍ୟ କରାଇଛି । ବିଜ୍ଞପ୍ତିରେ ସ୍ପଷ୍ଟ କରି ଦିଆଯାଇଛି ଯେ ବାର୍ଷିକ ବେତନ ବୃଦ୍ଧି ଓ ପଦୋନ୍ନତି ପାଇଁ ମାନଦଣ୍ଡ ‘ଗୁଡ୍’ରୁ ‘ଭେରିଗୁଡ୍’ କରାଯାଇଛି । ଯେଉଁ କର୍ମଚାରୀଙ୍କ ପ୍ରଦର୍ଶନ ଭେରି ଗୁଡ୍ ରହିବ ସେମାନଙ୍କ ବାର୍ଷିକ ବେତନ ବୃଦ୍ଧି କରାଯିବ ।