ବ୍ୟାଙ୍କକୁ ନେଇ ମୋଦି ସରକାର ନେବେ ସବୁଠାରୁ ବଡ଼ ନିଷ୍ପତ୍ତି ! ଲାଭରେ ରହିବେ ଗ୍ରାହକ

28

ସାଧାରଣ ବଜେଟ ପରେ ବ୍ୟାଙ୍କିଂ ସେକ୍ଟରକୁ ଅଧିକ ଲାଭ ମିଳିବ । କୁହାଯାଉଛି ସରକାର, ବେସରକାରୀ ବ୍ୟାଙ୍କକୁ ୧୦୦ ପ୍ରତିଶତ ଏଫଡ଼ିଆର ମଞ୍ଜୁରୀ ଦେବା ପାଇଁ ବିଚାର କରୁଛନ୍ତି । ସରକାରୀ ବ୍ୟାଙ୍କ ଗୁଡ଼ିକ ପାଇଁ ମଧ୍ୟ ଏଫଡ଼ିଆଇ(ବଦେଶୀ ନିବେଶ)ର ସୀମା ବଢ଼ାଇ ପାରନ୍ତି ସରକାର । ଖବର ଅନୁସାରେ ବଜେଟରେ ସରକାରୀ ଓ ବେସରକାରୀ ବ୍ୟାଙ୍କର ଏଫଡ଼ିଆଇ ସୀମା ବଢ଼ାଇବା ନେଇ ସରକାର ବିଚାର କରୁଛନ୍ତି । ବର୍ତ୍ତମାନ ସମୟରେ ବେସରକାରୀ ବ୍ୟାଙ୍କରେ ୭୪ ପ୍ରତିଶତ ବିଦେଶୀ ନିବେଶର ଅନୁମତି ରହିଛି ।

ବ୍ୟାଙ୍କିଂ ସେକ୍ଟର ପାଇଁ ସରକାରଙ୍କ ନୂୂଆ ଯୋଜନା ଖବର ଅନୁସାରେ ଏନେଇ ଅର୍ଥ ମନ୍ତ୍ରାଳୟ, ଡିଆଇପିପି, ଆଇବିଏ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି । ବିତ୍ତ ମନ୍ତ୍ରାଳୟ ଏହି ସମ୍ମନ୍ଧରେ ପିଏମଓର ମଞ୍ଜୁରୀ ନେଇପାରେ । ଏବେ ବିଦେଶୀ ବ୍ୟାଙ୍କକୁ ଭାରତରେ ନିଜର ସବସିଡ଼ିଆରୀ ବ୍ୟାଙ୍କ ଖୋଲିବାର ଅନୁମତି ରହିଛି । ତେବେ ୧୦୦ ପ୍ରତିଶତ ଏଫଡ଼ିଆଇ ରିହାତି ଦେଲେ ମଧ୍ୟ ମାଲିକାନା କ୍ଷେତ୍ରରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

– ସରକାର ବେସରକାରୀ ବ୍ୟାଙ୍କର ଏଫଡ଼ିଆଇ ୭୪ ପ୍ରତିଶତରୁ ବଢ଼ାଇ ୧୦୦ ପ୍ରତିଶତ କରିବା ପାଇଁ ବିଚାର କରୁଛନ୍ତି ।

– ଅନ୍ୟପଟେ ସରକାରୀ ବ୍ୟାଙ୍କରେ ଏଫଡ଼ିଆଇ ୨୦ ପ୍ରତିଶତରୁ ବଢ଼ାଇ ୪୯ ପ୍ରତିଶତ କରିବା ପାଇଁ ବିଚାର ଜାରି ରହିଛି ।

– ସୁଚନାଯୋଗ୍ୟ ପୂର୍ବରୁ ମଧ୍ୟ ବ୍ୟାଙ୍କକୁ ଅର୍ଥ ମନ୍ତ୍ରାଳୟଠାରୁ ଏଫଡ଼ିଆଇ ବଢ଼ାଇବା ପାଇଁ ଦାବି ହୋଇଥିଲା ।

– ବ୍ୟାଙ୍କ ଗୁଡ଼ିକ ଏନେଇ ମନ୍ତ୍ରାଳୟରେ ଏକ ପ୍ରେଜେନଟେସନ ଦେଇଥିଲେ ।

ବିଶେଷଜ୍ଞଙ୍କ ଅନୁସାରେ ଏଫଡ଼ିଆଇ ବଢ଼ିଲେ ସରକାରୀ ବ୍ୟାଙ୍କକୁ ପୁଞ୍ଜି ମିଳିବ । ଏବଂ ବ୍ୟାଙ୍କିଂ ସେବାରେ ମଧ୍ୟ ସୁଧାର ଆସିବ । ଏହାସହ ବ୍ୟବସାୟ ବଢ଼ିବାରେ ସାହଯ୍ୟକାରୀ ସାବ୍ୟସ୍ତ ହେବ । ବ୍ୟାଙ୍କ ନୂଆ ଜ୍ଞାନକୌଶଳରେ ଅପଗ୍ରେଡ଼୍ ହେବ ।