ପୂଣ୍ୟରୁ ପଂଚାୟତ ! ଆରମ୍ଭ ହେଲା ସରକାରଙ୍କ ମାଗଣା ହବିଷ୍ୟାଳି ଯୋଜନା

78

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ସରକାର ଆଜିଠାରୁ ଆରମ୍ଭ କରିଛନ୍ତି ହବିଷ୍ୟାଳି ଯୋଜନା । ଏହି ଯୋଜନାରେ ପୁରୀରେ ୨ ହଜାର ହବିଷ୍ୟାଳିଙ୍କ ପାଇଁ ମାଗଣା ରହିବ, ଖାଇବା, ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି । ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ବର୍ଷ ଅଧିକ ସଂଖ୍ୟକ ହବିଷ୍ୟାଳିଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।