ଗାଈଙ୍କୁ ସରକାର ଦେଲେ ବିଷ ଇଂଜେକ୍ସନ ! ମନ୍ତ୍ରୀ ଓ ସଚିବଙ୍କ ପୋଲ୍ ଖୋଲିଲେ ପ୍ରାଣୀଧନ ନିରୀକ୍ଷକ

28

କନକ ବ୍ୟୁରୋ : ଗାଈଙ୍କୁ ଦିଆଯାଇଛି ବିଷାକ୍ତ ଇଞ୍ଜେକସନ୍ । ଗାଈଗୋରୁଙ୍କ ଥେଲେରିଆ ରୋଗ ନିରାକରଣ ପାଇଁ ଏହି ଇଞ୍ଜେକସନ ଦିଆଯାଇଛି । ପୁରୀର ପ୍ରାଣୀଧନ ଚିକିତ୍ସକ ପବିତ୍ର ମୋହନ୍ ନିଜେ ଏହାର ଖୁଲାସା କରି ସୋସିଆଲ୍ ମିଡିଆରେ ଏହାକୁ ଅପଲୋଡ୍ କରିଛନ୍ତି । କହିଛନ୍ତି, ଏହି ଘଟଣା ପାଇଁ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ବିଷ୍ଣୁପଦ ସେଠୀ ଦାୟୀ । ସରକାର ଇଂଜେକ୍ସନ ବିକ୍ରି କରିବାକୁ ବାଧ୍ୟ କରିଥିବା ସେ କହିଛନ୍ତି ।

ପବିତ୍ର ମୋହନ୍ ଏହି ଭିଡିଓ ନିଜେ ସୁଟ୍ କରି ସୋସିଆଲ୍ ମିଡିଆରେ ଅପଲୋହ୍ କରି ବଡ ବଡିଆଙ୍କ ପୋଲ୍ ଖୋଲିଦେଇଛନ୍ତି । ଗାଈଙ୍କ ଠାରେ ଦେଖାଯାଇଥିବା ଥେଲେରିଆ ରୋଗର ନିରାକରଣ ପାଇଁ ଭେକସିନ୍ ଆସିଥିଲା । ଆଉ ଏହାକୁ ଜୋରଜବରଦସ୍ତ ଚାଷୀଙ୍କୁ ବିକ୍ରି ପାଇଁ ବାଧ୍ୟ କରାଯାଇଥିଲା । ଏଥିପାଇଁ ଦାୟୀ ହେଉଛନ୍ତି ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ପୂର୍ବତନ ଭେଟନାରୀ ଡାଇରେକ୍ଟର୍ ବିଷ୍ଣୁପଦ ସେଠୀ ଏବଂ ବର୍ତ୍ତମାନର ଡାଇରେକ୍ଟର୍ ।

ଟିକା ଗୁଡିକୁ ଉପଯୁକ୍ତ ବ୍ୟବସ୍ଥାରେ ରଖା ନଯିବାରୁ ସେଗୁଡିକ ବଷାକ୍ତ ପାଲିଟିଗଲା । କିନ୍ତୁ କେହି ଶୁଣିଲେ ନାହିଁ । ବାଧ୍ୟ କଲେ ଗାଈକୁ ଦେବା ପାଇଁ । ଆଉ ଫଳ ସ୍ୱରୂପ ୨୮ରୁ ଅଧିକ ଗାଈଙ୍କ ମୃତ୍ୟୁ ହୋଇଗଲା । ଏସପଂର୍କରେ ବର୍ତ୍ତମାନର କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି ସେ ଏହା ଆଗରୁ ଜାଣିଛନ୍ତିି ଏବଂ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି ।

ପ୍ରାଣୀଧନ ନିରୀକ୍ଷକ ପବିତ୍ର ମୋହନ ବେହେରାଙ୍କ ସୋସିଆଲ୍ ମିଡିଆରେ ଏହି ଭିଡିଓ ଆମ ସରକାରୀ ବ୍ୟବସ୍ଥାର ଅସଲ ରୂପକୁ ପଦାରେ ପକାଇ ଦେଇଛି ।