ଆକ୍ସନ ମୁଡରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ୧୫ ଜଣ ଦୁର୍ନୀତିଗ୍ରସ୍ତ ଆଇଆରଏସଙ୍କୁ ବାଧ୍ୟତାମୂଳକ ଭାବେ ଦେଲେ ଅବସର

ବିରୋଧରେ ରହିଛି ଲାଂଚ, ଦୁର୍ନୀତି ଏବଂ ଆୟବର୍ହିଭୂତ ସମ୍ପତି ଠୁଳ ଭଳି ମାମଲା

356

କନକ ବ୍ୟୁରୋ: ଆକ୍ସନ ମୁଡରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ହଟାଇବା ଅଭିଯାନକୁ ଜୋରଦାର କରିଛନ୍ତି ମୋଦି ସରକାରଙ୍କ ଏହି ନୂଆ ଅର୍ଥମନ୍ତ୍ରୀ । ପୁଣି ୧୫ଜଣ ଦୁର୍ନୀତିଗ୍ରସ୍ତ ଭାରତୀୟ ରାଜସ୍ୱ ସେବା ବା ଆଇଆରଏସ ଅଧିକାରୀଙ୍କୁ ବିଦା କରିଛନ୍ତିି । ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

source : hindustantimes.com

ଏଥିରେ ପ୍ରିନ୍ସିପାଲ କମିସନର, କମିସନର,ଅତିରିକ୍ତ କମିସନର, ସହକାରୀ କମିସନର ଏବଂ ଡେପୁଟି କମିସନର ର‌୍ୟାଙ୍କର ଅଧିକାରୀ ରହିଛନ୍ତି । ଏହି ଅଧିକାରୀମାନଙ୍କ ବିରୋଧରେ ଲାଂଚ, ଦୁର୍ନୀତି ଏବଂ ଆୟବର୍ହିର୍ଭୂତ ସମ୍ପତି ଠୁଳ ଭଳି ସଂଗୀନ ଅଭିଯୋଗ ରହିଛି । ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ପ୍ରଶାସନିକ ସଂସ୍କାରର ରୁଲ୍ ୫୬ ଆଧାରରେ ଏହି ପଦକ୍ଷେପ ନିଆଯାଇଛି । ଗତ ସପ୍ତାହରେ ଆୟକର ବିଭାଗ ୧୨ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିଲା ।