ନଷ୍ଟ ହୋଇଯିବ କି କାଶୀ ? ଶିବଙ୍କ ବାସ୍ତୁ ଉପରେ ଖେଳ ଖେଳୁଛନ୍ତି ସରକାର,୫୦ ଟି ମନ୍ଦିରରେ ଚାଲିବ ବୁଲଡୋଜର ।

74

ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ନିଜ ସଂସଦ କ୍ଷେତ୍ର କାଶୀକୁ ଜାପାନର ଏକ ସହର କ୍ୟୁଟୋ ଭଳି ପ୍ରସ୍ତୁତ କରିବାକୁ ଘୋଷଣା କଲେ , ସେତେବେଳେ ବିଜ୍ଞ ତଥା ପୁରୁଖା ଲୋକଙ୍କ ମନକୁ ଗୋଟିଏ କଥା ଆସିଥିଲା ଯେ ଇତିହାସରୁ ବି ପୁରୁଣା କାଶୀକୁ ୬୦୦ ବର୍ଷ ପୁରୁଣା କ୍ୟୁଟୋ ଭଳି କିଭଳି ଭାବେ ରୂପରେଖ ଦିଆଯିବ । ଆପଣଙ୍କ ଜ୍ଞାତ ସକାଶେ କହିରଖୁଛୁ କି, କ୍ୟୁଟୋକୁ “ଶାନ୍ତିର ନଗର” ମଧ୍ୟ କୁହାଯାଏ । ତେବେ ଲୋକଙ୍କ ମନରେ ଏବେ ପ୍ରଶ୍ନ ସୃଷ୍ଟି ହେଉଛି କି କ’ଣ ଏହି ଘୋଷଣା ପଛରେ କିଛି ଗଭୀର ଚିନ୍ତା ଥିଲା ବା କେବଳ ନାମକୁ ମାତ୍ର ଲୋକ ଦେଖାଣିଆ ଅବାନ୍ତର ଚିତ୍ର ଥିଲା ।

ତେବେ କାଶୀକୁ କ୍ୟୁଟୋ ରୂପରେଖ ଦେବାପାଇଁ କାଶୀ ବିଶ୍ୱନାଥ ମନ୍ଦିରରୁ ବିସ୍ତାରୀକରଣ ପାଇଁ ବାରାଣାସୀର ଲଳିତ ଘାଟଠାରୁ ବିଶ୍ୱନାଥ ମନ୍ଦିର ପର୍ଯ୍ୟନ୍ତ ୨୦୦ ରୁ ଅଧିକ ଭବନ ଚିହ୍ନଟ କରାଯାଇ ଭଙ୍ଗା ଯାଉଛି । ଏଥିରେ ୫୦ ରୁ ଅଧିକ ସଂଖ୍ୟକ ପ୍ରାଚୀନ ମନ୍ଦିର ଏବଂ ମଠ ରହିଅଛି । ଏହାସବୁ କାଶୀ ବିଶ୍ୱନାଥ କରିଡରରେ ଆସୁଥିବା ମନ୍ଦିର ଅଟେ । ତେବେ ପ୍ରାଚୀନ ମନ୍ଦିର ଏବଂ ଦେବ ବିଗ୍ରହର ସୁରକ୍ଷା କରିବା ସକାଶେ ଆନ୍ଦୋଳନରତ ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନ୍ଦ ୧୨ ଦିନର ଉପବାସରେ ବସିରହିଛନ୍ତି । ସ୍ୱାମୀ ଅବିମୁକ୍ତେଶ୍ୱରାନ୍ଦଙ୍କ କହିବାନୁସାରେ, “କାଶୀର ପକ୍କା ମହାଲ ଅର୍ଥାତ୍ କୋରିଡରର ବାସ୍ତୁବିଧାନକୁ ସ୍ୱୟଂ ମହାଦେବ ମୂର୍ତ୍ତରୂପରେ ସ୍ଥାପିତ କରିଛନ୍ତି । ଯଦି ଏଭଳି କରିଡରର କିଛି ବି ଅଂଶରେ ଆଞ୍ଚ୍ ଆସେ ତେବେ ଅନର୍ଥ ହୋଇଯିବ । କାଶୀ ଧ୍ୱସଂ ପାଇବା ସୁନିଶ୍ଚିତ ।”

ନଷ୍ଟ ହୋଇଯିବ କି କାଶୀ ?

ସ୍ୱାମୀ ଅବିମୁକ୍ତେଶ୍ୱରାନ୍ଦଙ୍କ କହିବାନୁସାରେ, ପକ୍କା ମହାଲ ହିଁ କାଶୀର ମନ,ମସ୍ତିଷ୍କ ଏବଂ ହୃଦୟ ଅଟେ । ଏହା ସ୍ୱୟଂ ଭଗବାନ ଶିବଙ୍କ ଦ୍ୱାରା ମୂର୍ତ୍ତରୂପ ପ୍ରାପ୍ତ ଅଟେ । ଏମିତିରେ ଯଦି କରିଡରକୁ ନଷ୍ଟ କରାଯାଏ ତେବେ କାଶୀ ନଷ୍ଟ ହେବାର ବିପଦ ରହିଛି । ଏହା କେବଳ କାଶୀବାସୀ ଏବଂ ତାଙ୍କ ଆସ୍ଥା ନୁହଁ ବରଂ ସମ୍ପୁର୍ଣ୍ଣ ଦେଶବାସୀଙ୍କ ଆସ୍ଥା ଉପରେ ପ୍ରଶ୍ନ ଉଙ୍କି ମାରୁଛି । ଦେଶର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଦେବଦେବୀଙ୍କ ପୂଜାର୍ଚ୍ଚନା ସକାଶେ କାଶୀ ଆସୁଛନ୍ତି ଯେତେବେଳେ ସେ କାଶୀ ଆସି ଏତାଦୃଶ ଦେଖିବେ ତେବେ ମର୍ମାହତ ହୋଇ ନିରାଶ ହୋଇ ଫେରିଯିବା ଛଡା ତାଙ୍କ ପାକରେ କୌଣସି ବାଟ ରହିବ ନାହିଁ । ତେବେ ସରକାରଙ୍କ ବିରୋଧ ନଥିବା କଥା ମଧ୍ୟ ମ୍ବାମୀଜୀ କହିଛନ୍ତି । ଯଦି ଦେବଦେବୀଙ୍କୁ ତାଙ୍କ ଉପଯୁକ୍ତ ସ୍ଥାନରୁ ନ ହଟାଇ ରୂପରେଖରେ ପରିବର୍ତ୍ତନ କରାଯାଏ ତେବେ ଏଥିରେ କାହାର ଆପତ୍ତି ନଥିବା କଥା ସେ କହିଥିଲେ । କେବଳ ପ୍ରାଚୀନ ମନ୍ଦିର ଏବଂ ବିଧାନ ଉପରେ ଯେମିତି ଆଞ୍ଚ୍ ନ ଆସେ ।

 

ପକ୍କା ମହାଲର ମହତ୍ତ୍ୱ କ’ଣ ଅଟେ ?

କୁହାଯାଏ ଯେ କାଶୀକୁ ଜାଣିବାକୁ ହେଲେ ପ୍ରଥମେ ପକ୍କା ମହାଲକୁ ଜାଣିବା ନିହାତି ଆବଶ୍ୟକ । ଏହାର ଅବଧାରଣା କାଶୀ ଗଙ୍ଗାତଟରୁ ଆରମ୍ଭ କରି ଅସ୍ତି ରାଜଘାଟ ପର୍ଯ୍ୟନ୍ତ ରହିଅଛି । ଏହି ଇଲାକା ନିଜ ମଧ୍ୟରେ ଏକ ସଂସ୍କୃତି ସ୍ଥାପନ କରିଛି । ତେତିଷ କୋଟି ଦେବଦେବୀଙ୍କ ବିଗ୍ରହର ଚିହ୍ନ ଏଠାରେ ଦେଖିବାକୁ ମିଳେ । ଯାହା ଲୋକଙ୍କୁ ନିଜ ଆରାଧ୍ୟଙ୍କ ପାଖରେ ସମର୍ପଣ ହେବାର ସୁଯୋଗ ପ୍ରଦାନ କରେ ।

କାଶୀରେ ବିକାଶର ବହୁ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କିନ୍ତୁ କେବେ ମଧ୍ୟ ଏଠାକାର ପୌରାଣିକ ମହତ୍ତ୍ୱ ରଖୁଥିବା ଶିଳ୍ପାନ୍ୟାଶକୁ ନଷ୍ଟ କରିବା ଭଳି ସାହସ କାହାର ହୋଇ ନାହିଁ । କିନ୍ତୁ ଆଜି କାଶୀର ଏହି ପକ୍କା ମହାଲ ବିକାଶ ନାମରେ ନଷ୍ଟ ହେବାକୁ ଯାଉଛି । ଯାହା ଦ୍ୱାରା ଲୋକଙ୍କ ମନରେ ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ଏବଂ ସଂକଟର ଚିହ୍ନ ଦେଖିବାକୁ ମିଳୁଛି ।