ନାଲିବତୀ ହଟିବା ପରେ ଦୁଃଖରେ ଭିଆଇପି ! ସାଧାରଣ ଲୋକଙ୍କଠାରୁ ସ୍ୱତନ୍ତ୍ର ବାରି ହେବା ପାଇଁ ଉଦ୍ୟମ

30

କନକ ବ୍ୟୁରୋ: ନାଲିବତୀ ବଦଳରେ ସାଇରନ୍ । ଭିଆଇପିଙ୍କ ଗାଡିରେ ନାଲିବତୀ ବ୍ୟାନ୍ ପରେ ଏମିତି ଏକ ଉପାୟ ବାହାର କରିଛନ୍ତି ଅନେକ ନେତା ଓ ମନ୍ତ୍ରୀ । ନିଜ ଗାଡିରେ ନାଲିବତୀ ବ୍ୟବହାର କରୁନଥିଲେ ମଧ୍ୟ ସାଇରନ୍ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।

ବିଶେଷ କରି ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ କିଛି ନେତା ଏପରି କରୁଥିବା ଦେଖାଯାଇଛିି । ସହର କିମ୍ବା ଜନଗହଳିପୂର୍ଣ ରାସ୍ତାରେ ଯିବାବେଳେ ଭିଆଇପିଙ୍କ ଗାଡିକୁ ଅସୁବିଧା ନହେବା ପାଇଁ ଉପାୟ ଖୋଜାଯାଉଛି । ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଭିଆଇପିଙ୍କ ଗାଡି ଭିଡଠାରୁ ଦୂରରେ ରହିବା ଜରୁରୀ । ତେଣୁ ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟରେ ମଧ୍ୟ ଏହାର ବିକଳ୍ପ ଖୋଜୁଛନ୍ତି ସରକାର ।

ଗୃହ ରାଷ୍ଟ୍ରମନ୍ତ୍ରୀ ଦୀପକ କେସରକାର ନାଲିବତୀର ବିକଳ୍ପ ଖୋଜିବାକୁ ମହାରାଷ୍ଟ୍ର ଡିଜିପିଙ୍କୁ ଚିଠି ଲେଖିଛନ୍ତି । ତେବେ ଏହି ବିକଳ୍ପ ଯେପରି ନାଲିବତୀ ସଂପର୍କିତ ନୂଆ ନିୟମକୁ ଉଲଂଘନ ନକରେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।