ଟ୍ୱିଟରକୁ କହିଲେ କେନ୍ଦ୍ର ସରକାର , ବନ୍ଦ କର ୮ ଆକାଉଣ୍ଟ୍ ! କାଶ୍ମୀର ପରିସ୍ଥିତିକୁ ନେଇ ଗୁଜବ ପ୍ରଚାର କରୁଛି ଟ୍ୱିଟରର ୮ ଆକାଉଣ୍ଟ୍ । 

194

ଜମ୍ମୁ-କାଶ୍ମୀରରେ ଦୂରଭାଷ ସହ ଇଣ୍ଟରନେଟ୍ ସେବା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କ ତରଫରୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ୮ ଟି ଆକାଉଣ୍ଟ୍ ବନ୍ଦ କରିବା ପାଇଁ କୁହାଯାଇଛି । ଏହି ଆକାଉଣ୍ଟ୍ ରେ ଧାରା ୩୭୦ କୁ ହଟାଇବା ପାଇଁ କୁହାଯାଉଥିବା ବେଳେ କାଶ୍ମୀର ବିଷୟରେ ଗୁଜବ ପ୍ରସାରଣ କରାଯାଉଛି । ଗୃହମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାର ୮ ଟି ଟ୍ୱିଟର ଆକାଉଣ୍ଟ୍ ଘାଟିରେ ଶାନ୍ତି ଭଙ୍ଗ କରିବା ସହ ଗୁଜବ ଖବର ପ୍ରସାରଣ କରୁଛନ୍ତି ।

ଅଧିକାରୀ ଏହି ୮ ଟି ଟ୍ୱିଟର ହ୍ୟାଣ୍ଡଲ୍ ର ନାଁ ମଧ୍ୟ କହିଛନ୍ତି ଯେଉଁଥିରେ କାଶ୍ମୀରର ସ୍ୱର (ଭଏସ୍ ଅଫ୍ କଶ୍ମୀର) (@kashmir787) ର ସମ୍ବନ୍ଧ ଅଲଗାବବାଦୀ ନେତା ସେୟଦ୍ ଅଲ୍ଲୀ ଗିଲାନୀ ସହ ରହିଛି । ମାଦିହା ସକିଲ୍ ଖାନ୍  (@Red4Kashmir),  ଅରସାଦ୍ ସରିଫ୍  (@arsched), ମେରି ସ୍କୁଲି  (@mscully94), ସାୟଦ୍ ଅଲ୍ଲୀ ଗିଲାନି (@sageelaniii), @sadaf2k19, ଏବଂ @RiazKha723,ଏବଂ @RiazKha61370907 ଅନ୍ୟ ୭ ଟି ଆକାଉଣ୍ଟ୍ ଅଛି । କେନ୍ଦ୍ର ଗୃହ ସଚିବ ତକ୍ରାଳ ପ୍ରଭାବରୁ ଏହି ଆକାଉଣ୍ଟ୍ କୁ ତୁରନ୍ତ ବନ୍ଦ କରିବା ପାଇଁ କହିଛନ୍ତି । ଘାଟିରେ ଅଗଷ୍ଟ ୪ ପରଠାରୁ ଫୋନ୍ ସେବାକୁ ବନ୍ଦ କରିଦିଆଯାଇଛି । ପ୍ରଥମେ ସେଲୁଲର୍ ଏବଂ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଗଲା ଏହାପରେ ବ୍ରଡବ୍ୟାଣ୍ଡ ଏବଂ ଲ୍ୟାଣ୍ଡଲାଇନ୍ ସମେତ ସବୁ ଦୁରସଞ୍ଚାର ସେବାକୁ ମଧ୍ୟ ନିଲମ୍ବିତ କରିଦିଆଗଲା ।