ଯୋଡା ମୁଣ୍ଡ ଶିଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ! ୧କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

29

କନକ ବ୍ୟୁରୋ : ଯୋଡା ମୁଣ୍ଡ ଶିଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । କନ୍ଧମାଳ ଫିରିଙ୍ଗିଆ ଥାନା ମିଲୁପଡା ଗାଁର ଭୁୟାଁ କଅଁରଙ୍କ ଦୁଇ ଶିଶୁପୁତ୍ରଙ୍କ ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସା ଚାଲିଛି । ଜନ୍ମରୁ ଏମାନଙ୍କ ମୁଣ୍ଡ ଯୋଡି ହୋଇ ରହିଥିବାରୁ ଏହାକୁ ଅଲଗା କରିବା ବ୍ୟୟବହୁଳ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠରୁ ଯୋଗାଇ ଦିଆଯାଇଥିବା ସହାୟତାରେ ଏହି ଯୋଡାମୁଣ୍ଡ ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇ ଅଲଗା କରାଯିବ । ଏହି ଶିଶୁଙ୍କ ଚିକିତ୍ସା ପାଇଁ ସେମାନଙ୍କ ମାଆ ପୁଷ୍ପାଂଜଳି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । କଟକ ଏସସିବିରେ ପରୀକ୍ଷା ନୀରିକ୍ଷା କରିବା ପରେ ଏମାନଙ୍କୁ ଦିଲ୍ଲୀ ଏମ୍ସ ପଠାଯାଇଛି ଏବଂ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।