ମୁକେଶ ଅମ୍ବାନୀଙ୍କ କମ୍ପାନୀ ବିରୋଧରେ ମୋଦି ସରକାର ଆଣିଲେ ୯୩୦୦ କୋଟିର ଗ୍ୟାସ ଚୋରି ଅଭିଯୋଗ !

386

ଗୋଟିଏ ପଟେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସୁଂସପର୍କ ରହିଥିବା କଥା ଚର୍ଚ୍ଚା ହେଉଥିବା ବେଳେ ଅନ୍ୟ ପଟେ ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନାମରେ ଗ୍ୟାସ୍ ଚୋରି ଅଭିଯୋଗ ଆଣିଛନ୍ତି ।

ରିଲାଏନ୍ସ ଉପରେ ବେଆଇନ ଭାବେ ୧, ୭୨୯ ବିଲିୟନ୍ ଡଲାର୍ ମୂଲ୍ୟର ଗ୍ୟାସ ଉତ୍ତୋଳନ କରିବା ଅଭିଯୋଗ ପ୍ରାକୃତିକ ଗ୍ୟାସ ଓ ତୈଳ ମନ୍ତ୍ରାଳୟ ଆଣିଛି । ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଏ ନେଇ ରିଲାଏନ୍ସ ଇଂଲଣ୍ଡର ବିପି ପିଏଲସି ଏବଂ କାନାଡାର ନିକୋ ରିସୋର୍ସେସକୁ ଜବାବ ତଲବ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣ ଜେନେରାଲ୍ କେ. ଭେନୁଗୋପାଲ୍ କହିଛନ୍ତି କି ରିଲାଏନ୍ସ ଅସତ୍ ଉପାୟର ଅର୍ଥ ଉପାର୍ଜନ କରିଛି। ଅଣଆଧିକାରିକ ଭାବେ ସରକାରୀ ଉଦ୍ୟୋଗର ତୈଳକୂପରୁ ଗ୍ୟାସ ଉତ୍ତୋଳନ କରିଛି। ଏହା ଏକ ଜାଲିଆତି ଓ ଅପରାଧିକ ମାମଲା।

ତୈଳ ମନ୍ତ୍ରାଳୟ ୨୦୧୬ ନଭେମ୍ବରରେ ରିଲାଏନ୍ସ ଓ ଏହାର ଅନ୍ୟ ଦୁଇ ସହଯୋଗୀ କମ୍ପାନି ଉପରେ ୯୩୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ମାମଲା ଦାୟର କରିଥିଲା । ସରକାରୀ ଉଦ୍ୟୋଗ ଓଏନଜିସି ତୈଳକୂପରୁ ରିଲାଏନ୍ସ ଦୀର୍ଘ ୭ ବର୍ଷ ଧରି ବିନାନୁମତିରେ ଗ୍ୟାସ୍ ଉତ୍ତୋଳନ କରିଛି। ଏହି ତୈଳକୂପଟି ରିଲାଏନ୍ସର ତୈଳକୂପ ନିକଟରେ ରହିଥିବାରୁ ଏପରି କାର୍ଯ୍ୟ କରିଚାଲିଛି ରିଲାଏନ୍ସ।