ପନିରସେଲଭମଙ୍କ ଇସ୍ତଫା ଗୃହୀତ କଲେ ରାଜ୍ୟପାଳ ଚନ୍ଦ୍ର ବିଦ୍ୟାସାଗର ରାଓ : ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ହେବେ ଶଶିକଳା

24

କନକ ବ୍ୟୁରୋ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଓ ପନିରସେଲଭମଙ୍କ ଇସ୍ତଫା ଗୃହୀତ ହୋଇଛି । ରାଜ୍ୟପାଳ ଚନ୍ଦ୍ର ବିଦ୍ୟାସାଗର ରାଓ ପନିରସେଲଭମଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ଏହାପରେ ଶଶିକଳା ନଟରାଜନ୍ ପରବର୍ତି ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହୋଇଛି । ଗତକାଲି ପନିରସେଲଭମ୍ ଇସ୍ତଫା ଦେଇଥିଲେ । ଗତକାଲି ବସିଥିବା ଏଆଇଏଡିଏମକେ ବିଧାୟକ ଦଳ ବୈଠକରେ ଆମ୍ମାଙ୍କ ସ୍ଥାନରେ ଚିନ୍ନମାଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ନିଷ୍ପତି ନିଆଯାଇଥିଲା । ଦଳ ଆଶା ରଖିଛି ଜୟଲଳିତାଙ୍କ ପ୍ରିୟ ବାନ୍ଧବୀ ଶଶୀକଳା ତାଙ୍କ ପଥ ଅନୁସରଣ କରି ରାଜ୍ୟର ବିକାଶ ପଥକୁ ଆଗକୁ ନେବେ ।