ପ୍ରଦୂଷଣ ଉପରେ ଲାଗିବ ଲଗାମ୍ ! ସରକାର ନେବେ ନୂଆ ପଦକ୍ଷେପ, ଉପକୃତ ହେବେ କୃଷକ

43

ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢି ବଢି ଚାଲିଛି । ବାୟୁମଣ୍ଡଳର ବିଷ ବଳୟରେ ବାନ୍ଧି ହୋଇ ଯାଇଛି ଦିଲ୍ଳୀ । ଯାହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଛି । ଦିଲ୍ଲୀରେ ଏଭଳି ପରିସ୍ଥିତି ଲାଗି ରହିଥିବା ବେଳେ ଅନେକ ଲୋକ ଦିଲ୍ଳୀ ଛାଡିବାକୁ ବାଧ୍ୟ ହେଉଛନ୍ତି । ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ଅଭିନବ ଉପାୟ ଚିନ୍ତା କରିଛନ୍ତି । ପ୍ରଦୂଷଣ ରୋକିବା ସହିତ ୟୁପି, ପଂଜାବ, ହରିୟାଣାର କୃଷକ ମାନଙ୍କର ମଙ୍ଗଳ ଚିନ୍ତା କରି ସରକାର ସେମାନଙ୍କ ଠାରୁ ନଡା କିଣିବାକୁ ନିର୍ଣ୍ଣୟ ନେଇଛନ୍ତି ।

କୃଷକଙ୍କ ଠାରୁ କଣା ଯାଇଥିବା ନଡ଼ା ସାହାଯ୍ୟରେ ବିଜୁଳି ଉତ୍ପାଦନ୍ କରାଯିବ ବୋଲି କେନ୍ଦ୍ର ସରକାର ମତ ପ୍ରକାଶ କରିଛନ୍ତି । ଧାନ ଫସଲ କଟାଯିବା ପରେ ଖେତର ବଳକା ଅଂଶ ରହିଥିବା ନଡା ସାହାଯ୍ୟରେ ପ୍ରଦୂଷଣରୁ ମୁକ୍ତି ଅର୍ଥରେ ସରକାର ଏକ ନୂତନ ପଦ୍ଧତିକୁ ଆପଣାଇଛନ୍ତି । ଏବଂ ଏହି ନଡା କିପରି ବଜାରରେ ଭଲ ଦରରେ ବିକ୍ରି ହେବ ସେ ନେଇ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ଥର୍ମାଲ ପାୱର ଷ୍ଟେସନଗୁଡିକରେ ଇନ୍ଧନ ପ୍ରକ୍ରିୟା ଲାଗି କୋଇଲା ସହ ୧୦ ପ୍ରତିଶତ ନଡା ଜଳାଯିବ । ସରକାରୀ କମ୍ପାନୀ ଏନଟିପିସି ଖୁବ ଶୀଘ୍ର ନଡା କିଣିବା ଲାଗି ଟେଂଡର ଜାରି କରିବେ ।

କୃଷକଙ୍କୁ ମିଳିବ ଲାଭ-
ସରକାରଙ୍କ ଏପରି ପଦକ୍ଷେପ ଯୋଗୁଁ ବହୁଦିନ ଧରି କୃଷିମାନେ ଭୋଗି ଆସୁଥିବା ସମସ୍ୟାର ସମାଧାନ ହୋଇପାରିବ । କେବଳ ଯେ କୃଷକଙ୍କ ସମସ୍ୟା ଦୂର ହେବ ତା’ ନୁହେଁ ଥର୍ମାଲ ପାୱର ଷ୍ଟେସନ ଗୁଡିକରେ ନଡାର ବ୍ୟବହାରତ ଯୋଗୁଁ ପ୍ରଦୂଷଣ ସମସ୍ୟା ମଧ୍ୟ ହ୍ରାସ ପାଇବ । ସେହିପରି ଏଥିରୁ କୃଷକମାନଙ୍କୁ ମଧ୍ୟ ଅଧିକ ଫାଇଦା ମିଳିବ । ଏନଟିପିସି ନଡା କିଣବା ପ୍ରକ୍ରିୟା ପାଇଁ ଖୁବ୍ ଶୀଘ୍ର ଟେଣ୍ଡର ଜାରି କରିବେ । ଏହି ନିଷ୍ପତି ଅନୁଯାୟୀ ସରକାର ସମସ୍ତ ଥର୍ମାଲ ପାୱାର ଷ୍ଟେସନରେ ନଡା ବ୍ୟବହାର କରିବା ଅନିବାର୍ଯ୍ୟ ବୋଲି ଜାରି କରିବେ । ନଡାକୁ ବଜାରରେ ବିକ୍ରି ଯୋଗ୍ୟ କରି ସିଧାସଳଖ ବିକ୍ରି କରି ସଠିକ ମୂଲ୍ୟ ଲଗାଇ ପାରିବେ କୃଷକ ।