ଗର୍ଭବତୀଙ୍କ ପାଇଁ ଖୁସିଖବର ! ଏବେ ଘରେ ଓ ବେସରକାରୀ ଡାକ୍ତରଖାନରେ ପିଲାଜନ୍ମ କଲେ ମଧ୍ୟ ମିଳିବ ଟଙ୍କା

86

ମୋଦି ସରକାର ଗରିବଙ୍କ ପାଇଁ କୋଟି କୋଟି ଟଙ୍କାର ସାମାଜିକ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି । ତେବେ ମୋଦି ସରକାରଙ୍କ ମାତୃ ମୃତ୍ୟୁହାର ତଥା ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ମଧ୍ୟ ଅନେକ ଯୋଜନା ଆରମ୍ଭ କରିଛନ୍ତି । ଗର୍ଭବତୀ ମା’ ମାନଙ୍କୁ ଡାକ୍ତରଖାନାରେ ପ୍ରସବ କରାଇ ମାତୃମୃତ୍ୟୁ ହାର, ଶିଶୁ ମୃତ୍ୟୁହାରକୁ କମ୍ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ । ଯେଉଁଥିରୁ ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା ଅନ୍ୟତମ । ଏହି ଯୋଜନା ଅନୁସାରେ ଘରେ ଓ ଡାକ୍ତରଖାନରେ ପିଲା ଜନ୍ମଦେଲେ ମଧ୍ୟ ଲାଭ ଉଠାଇ ପାରିବେ ମହିଳା । ଏହି ଯୋଜନା ଅନୁସାରେ ସରକାରୀ ଡାକ୍ତରଖାନାର ହିଁ ପ୍ରସବ କରିବା ବାଧ୍ୟତାମୂଳକ ହେବ ନାହିଁ । ପ୍ରଥମ ଥର ପାଇଁ ଗର୍ଭବତୀ ହୋଇଥିବା ମହିଳାଙ୍କୁ ମିଳବ ମାତୃତ୍ୱ ବନ୍ଦନା ଯୋଜନାର ଲାଭ । ଏହି ଟଙ୍କା ସିଧା ବ୍ୟାଙ୍କ୍ ଖାତାକୁ ପଠାଯିବ, ଯାହାଦ୍ୱାରା ମହିଳା ପୁଷ୍ଟିକର ଖାଦ୍ୟ କିଣିପାରିବେ ।

ଏହି ଯୋଜନାର ଲାଭ ସମସ୍ତ ମର୍ଗର ମହିଳା ଉଠାଇପାରିବେ । ଜାନୁୟାରୀ ୨୦୧୭ରେ ଏହି ଯୋଜନା ଲାଗୁ ହୋଇଛି । ଏବେ ପର୍ଯ୍ୟନ୍ତ ଯେଉଁ ମହିଳାମାନେ ନିଜର ପଞ୍ଜିକରଣ କରାଇନାହାନ୍ତି ସେମାନେ ନିଜର ପଞ୍ଜିକରଣ କରାଇ ନିଅନ୍ତୁ । ଏଥିପାଇଁ ମହିଳାମାନଙ୍କୁ ନିଜର ଜରୁରୀ ତଥ୍ୟ ଦାଖଲ କରିବା ଆବଶ୍ୟକ । ଏହା ବ୍ୟତୀତ ମହିଳାଙ୍କୁ ଯେଉଁ ୧୦୦୦ରୁ ୧୪୦୦ ଲାଭ ମିଳୁଥିଲା, ତାହା ବି ମଳିବ । ଆଉ ଏହି ଟଙ୍କା ଅଲଗା ପ୍ରଦାନ କରାଯିବ । ଆଉ ଏହି ଟଙ୍କାରେ ମହିଳା ପୁଷ୍ଟିକର ଆହାର କିଣି ଖାଇପାରିବେ, ଯଦ୍ୱାରା ଗର୍ଭସ୍ଥ ଶିଶୁ ସୁସ୍ଥ ରହିବ । ଏହି ଲକ୍ଷ୍ୟ ନେଇ ସରକାର ଏପରି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା ଆଉ ଗର୍ଭସ୍ଥ ଶିଶୁ କୁପୋଷଣ ଶିକାର ହେବ ନାହିଁ ।

ଗର୍ଭବତୀ ହେବାପରେ ତିନୋଟି କିସ୍ତିରେ ମିଳିବ ଟଙ୍କା । ପ୍ରଥମ ଥର ପାଇଁ ୧୦୦୦ ଟଙ୍କା ମିଳିବ । ଦ୍ୱିତୀୟ କିସ୍ତିରେ ୨ ହଜାର ଓ ତୃତୀୟ କିସ୍ତିରେ ୨ହାଜର ଟଙ୍କା ମିଳବ । ମାତୃ ଓ ଶିଶୁମୃତ୍ୟୁ ହାର କମାଇବା ପାଇଁ ସରକାର ଏପରି ଯୋଜନାର ଶୁଭାରମ୍ଭ କରିଛନ୍ତି । ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଆହର ଯୋଗଇବା ଏହି ଯୋଜନାର ମୂଳଲକ୍ଷ୍ୟ । ଏହି ଟଙ୍କା ମହିଳାଙ୍କ ଖାତାକୁ ହିଁ ପଠାଯିବ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ଗାଁର ମହିଳାଙ୍କୁ ୧୪୦୦ ଟଙ୍କା ଓ ସହରୀ ମହିଳାଙ୍କୁ ୧୦୦୦ ଟଙ୍କା ପ୍ରସବ ପରେ ଦିଆଯାଏ । ଏହି ଯୋଜନାର ଲାଭ ମିଳିବା ସହ ପ୍ରଥମ ଥର ପାଇଁ ଗର୍ଭବତୀ ହେଲେ ମହିଳାଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯିବ ।