ଅଭିଭାବକଙ୍କୁ ମିଳିବ ଆଶ୍ୱସ୍ତି ! ଘରୋଇ ସ୍କୁଲ ଫି ବୃଦ୍ଧି ଉପରେ ଲାଗିବ ଅଙ୍କୁଶ ।

35

ଘରୋଇ ବିଦ୍ୟାଳୟଗୁଡ଼ିକ ବେଆଇନ ଭାବେ ଆଦାୟ କରୁଥିବା ଫି ଉପରେ କେନ୍ଦ୍ର ସରକାର ଅଙ୍କୁଶ ଳଗାଇବାକୁ ଚିନ୍ତା କରୁଛନ୍ତି । ଉତ୍ତରପ୍ରଦେଶ ସରକାର ଘରୋଇ ବିଦ୍ୟାଳୟଗଗୁଡ଼ିକ ପାଇଁ ଫି ନିର୍ଦ୍ଧାରଣ ନେଇ ଯେପରି ନିୟାମକ ପ୍ରଣୟନ କରିଛନ୍ତି, ସେହି ଢ଼ାଞ୍ଚାରେ କେନ୍ଦ୍ର ସରକାର ସମଗ୍ର ଦେଶରେ ଘରୋଇ ବିଦ୍ୟାଳୟଗୁଡ଼ିକ ପାଇଁ ଫି ନିର୍ଦ୍ଧାରଣ ନିୟାମକ ଆଣିବାକୁ ଯାଉଛନ୍ତି । ତେବେ ଏ ନେଇ ପଦକ୍ଷେପ ନେବା ପୂର୍ବରୁ ସରକାର ବିଭିନ୍ନ ପକ୍ଷଙ୍କ ମତାମତ ନେବେ ବୋଲି ଜଣାଯାଇଛି ।

ମିଳଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ଘରୋଇ ସ୍କୁଲ ପାଇଁ ଫି ନିର୍ଦ୍ଧାରଣ କରିବେ। କାରଣ ଏହି ଘରୋଇ ବିଦ୍ୟାଳୟ ଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିବାରୁ କେନ୍ଦ୍ର ସରକାର ଏ ନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସମସ୍ତଙ୍କୁ ସୁହାଇଲା ଭଳି ପଦକ୍ଷେପ ଗ୍ରହଣ କରିବେ।

ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ମାସରେ ଉତ୍ତରପ୍ରଦେଶ ସରକାରଏକ ଅଧ୍ୟାଦେଶ ବଳରେ ଘରୋଇ ସ୍କୁଲଗୁଡ଼ିକର ମନଇଛା ଫି ବୃଦ୍ଧି ଉପରେ ଅଙ୍କୁଶ ଲଗାଇଛନ୍ତି । ଏଥିରେ ଘରୋଇ ସ୍କୁଲ ୮ ପ୍ରତିଶତରୁ ଅଧିକ ଫି ବୃଦ୍ଧି କରି ପାରିବେ ନାହିଁ ବୋଲି ନିୟମ ରହିଛି । ସେହିପରି ୨୦୧୫-୧୬କୁ ବେସ୍ ବା ଭିତ୍ତି ଭାବେ ନେଇ କେନ୍ଦ୍ର ସରକାର ଯେଉଁ ଫି ନିୟନ୍ତ୍ରଣ ନିୟାମକ ଆଣିବାକୁ ଯାଉଛନ୍ତି ତାହା ବାର୍ଷିକ ଜଣେ ଛାତ୍ର ଠାରୁ ୨୦ ହଜାର ଟଙ୍କାରୁ ଅଧିକ ଫି ଆଦାୟ କରୁଥିବା ବିଦ୍ୟାଳୟ ପାଇଁ ଲାଗୁ ହେବ । ଏଥିପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡ଼କର ଫି ନିୟନ୍ତ୍ରଣ ନିୟମାକ ପାଇଁ ଏକ ବ୍ୟବସ୍ଥା କରିବା ପାଇଁ ଯୋଜନା କରୁଥିବା ଜଣେ ବରିଷ୍ଠ ଅଧିକାର ସୂଚନା ଦେଇଛନ୍ତି।