ଏଲପିଜି ପରି ରେଳ ଟିକେଟରେ ମଧ୍ୟ ଗିଭþ ଅପþ ଯୋଜନା ! ସବସିଡ଼ି ଛାଡ଼ିବା ପାଇଁ ସରକାରଙ୍କ ବିକଳ୍ପ

22

ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଭାରତୀୟ ରେଳ ବିଭାଗ ଏଲପିଜି ପରି ନିଜର ଯାତ୍ରୀମାନଙ୍କୁ ସବସିଡ଼ି ଛାଡ଼ିବା ପାଇଁ ବିକଳ୍ପ ଦେବାକୁ ଯାଉଛି । ରେଳ ମନ୍ତ୍ରଣାଳୟ ଏଥିନେଇ ଟିକେଟ ବୁକିଂ ଫର୍ମରେ ଅଲଗା ପ୍ରକାରର ସ୍ତମ୍ଭ କରିବାକୁ ନେଇ ମଂଜୁରୀ ଦେଇ ଦେଇଛି । ଏହି ସ୍ତମ୍ଭରେ ଯାତ୍ରୀମାନଙ୍କୁ ଟିକେଟରେ ସବସିଡ଼ି ନେବାକୁ ଚାହୁଁଛନ୍ତି କି ନାହିଁ ପଚରାଯିବ ।

ଯେଉଁ ଲୋକ ଏହା ଉପରେ ସବସିଡ଼ି ନେବାକୁ ବାଛନ୍ତି ଦେବେ ତାଙ୍କୁ ସବସିଡ଼ି ବା ଛାଡ଼ରେ ରେଳ ଟିକେଟ ମିଳିବ ଏବଂ ଯେଉଁ ଲୋକ ଏହାକୁ ନେବାକୁ ଚାହାଁ ନ୍ତିନାହିଁ ତାଙ୍କୁ ପୁରା ଟଙ୍କା ଦେବାକୁ ପଡ଼ିବ । ଏହି ପ୍ରକାରର ବ୍ୟବସ୍ଥା ରେଳ ଟିକେଟର ଅନଲାଇନର ବୁକିଂ ପାଇଁ ଆଇଆରସିଟିସି ୱେବସାଇଟରେ ମଧ୍ୟ ଦିଆଯିବ । ତେବେ ଏହା ଆଗାମୀ ମାସଠାରୁ ଲାଗୁ ହେବାକୁ ଯାଉଛି ।

ସୁଚନା ମୁତାବକ, ରେଳବିଭାଗକୁ ଯାତ୍ରୀମାନଙ୍କର ଟିକେଟ ମୂଲ୍ୟରେ ସବସିଡ଼ି ଦିଆଯାଇଥାଏ । ଯାହାକି ୪୩% । ଫଳରେ ଏହାର ସିଧା ଅର୍ଥ ଏହା ଯେ କୌଣସି ଟିକେଟ ଉପରେ ୧୦୦ଟଙ୍କା ଖର୍ଚରେ ବିଭାଗ ୫୭ଟଙ୍କା କମାଇଥାଏ । ଏହାଫଳରେ ରେଳବିଭାଗ ଉପରେ ଲଗାତାର ଭାବେ ଆର୍ଥିକ ଚାପ ପଡ଼ିଥାଏ ।

ଏଥିରୁ ବଂଚିବାକୁ ରେଳବିଭାଗ କାମ କରୁଛି । ଏବେ ଏହି ସବସିଡ଼ି ଛାଡ଼ ଉପାୟକୁ ଲାଗୁ କରିବା ପାଇଁ ବିଭାଗ ଏପରି ଉପାୟ ଅବଲମ୍ବନ କରିବା ପାଇଁ ନିଷ୍ପତି ନେଇଛି । ରେଳବିଭାଗ ନିକଟରେ ଏହାକୁ ନେଇ ଏକ ବୈଠକ କରିଥିଲା । ଯେଉଁଠାରେ ସବସିଡ଼ି ଛାଡ଼ିବାର ବିକଳ୍ପ ରେଳ ରିଜରଭେସନ ଫର୍ମରେ ଦିଆଯିବ । ଏହା କେବଳ ବୟସ୍କଙ୍କ ପାଇଁ ଅଥବା ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ଉପଲବ୍ଧ ଛାଡ଼କୁ ନୁହେଁ ବରଂ ସାଧାରଣ ଯାତ୍ରୀମାନଙ୍କୁ ମଧ୍ୟ ଏହି ବିକଳ୍ପ ଦିଆଯିବ ।