ବାଜପେୟୀଙ୍କୁ ମନେରଖିବା ପାଇଁ ସରକାରଙ୍କ ଅଭିନବ ପ୍ରୟାସ ! ୧୦୦ ଟଙ୍କିଆ ମୁଦ୍ରାରେ ଦେଖାଯିବ ଅଟଳଙ୍କ ନାଁ ଏବଂ ଛବି ।

882

କେନ୍ଦ୍ର ସରକାର ଖୁବଶୀଘ୍ର ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ମୁଦ୍ରା ବାହାର କରିବାକୁ ଯାଉଛନ୍ତି । ସୁତ୍ର ଅନୁସାରେ,ଏହି ମୁଦ୍ରା ୧୦୦ ଟଙ୍କାର ହେବ । ଏହି ମୁଦ୍ରାର ଓଜନ ୩୫ ଗ୍ରାମ୍ ହେବ । ସରକାର ଏହି ମୁଦ୍ରାକୁ ତାଙ୍କ ଜନ୍ମଦିନ ଅବସରରେ ବାହାର କରିବାକୁ ନିଷ୍ପତି ନେଇଛନ୍ତି ।

ସରକାରଙ୍କ ତରଫରୁ ଏକ ନୋଟିଫିକେସନ୍ ଜାରୀ କରାଯାଇଛି । ଯେଉଁଥିରେ କୁହାଯାଇଛି ମୁଦ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ରହିବ ଏବଂ ତାଙ୍କ ନାଁ ଦେବନାଗରୀ ନାଁରେ ଲେଖାଯିବ । ଫଟୋରେ ଅଟଳଜୀଙ୍କ ଜନ୍ମତିଥି ୧୯୨୮ ଏବଂ ମୃତ୍ୟୁବର୍ଷ ୨୦୧୮ ମଧ୍ୟ ଲିଖିତ ହେବ । ନୋଟିଫିକେସନ୍ ମୁତାବକ ମୁଦ୍ରାର ଓଲଟା ପଟେ ଅଶୋକ ସ୍ତମ୍ଭ ଏବଂ ଦେବନାଗରୀ ଲିପିରେ ସତ୍ୟମେବ ଜୟତେ ମଧ୍ୟ ଲେଖାଥିବ ଦେଖାଯିବ । ଏହାସହ ମୁଦ୍ରାର ଏକ ପାଖ ଦେବନାଗରୀ ଲିପିରେ ଭାରତ ଏବଂ ଅନ୍ୟପଟେ ଇଂରାଜୀରେ ଇଣ୍ଡିଆ ଦେଖାଯିବା ଦେଖିବାକୁ ମିଳିବ । ଅଶୋକ ସ୍ତମ୍ଭର ନିମ୍ନରେ ଟଙ୍କାର ସିମ୍ବଲ୍ ଏବଂ ୧୦୦ ଟଙ୍କା ଲେଖାଯିବ । ଏହି ମୁଦ୍ରାରେ ଚାନ୍ଦି ମିଶ୍ରିତ ହୋଇ ରହିବା ଯାହାର ମାତ୍ରା ୧୦୦୦ ରେ ୪୯୮ ରୁ ୫୦୨ ରହିବ । ବିଜେପି ସୁତ୍ରମୁତାବକ, ସରକାର ଅଟଳଜୀଙ୍କ ୯୪ ତମ ଜନ୍ମଦିବସ ଖୁବ୍ ଧୁମଧାମରେ ପାଳନ କରିବା ସହ ତାଙ୍କ ନାମର ମୁଦ୍ରା ବାହାର କରିବାକୁ ଘୋଷଣା କରିବ ।

ତେବେ ଆପଣଙ୍କୁ କହିରଖୁଛୁ ବାଜପେୟୀଙ୍କ ନାମରେ ହିମାଳୟର ୪ ଟି ଚୋଟି ନାଁ ରଖାଯାଇଛି । ଅନ୍ୟପକ୍ଷେ ଛତିଶଗଡର ନୂଆ ରାୟପୁରର ନାଁ ମଧ୍ୟ ଅଟଳନଗର ରଖାଯାଇଛି । ଉତ୍ତରାଖଣ୍ଡ ସରକାର ମଧ୍ୟ ଡେରାଡୁନ୍ ଏୟାରପୋର୍ଟର ନାମ ଅଟଳଙ୍କ ନାମରେ ରଖିଛନ୍ତି । ଏହାଛଡା ଲଖନଉଁର ପ୍ରସିଦ୍ଧ ହଜରତଗଞ୍ଜ ଚୋରାହାର ନାଁ ବଦଳାଇ ଅଟଳ ଚୋକ୍ ରଖାଯାଇଛି ।