ଗୁଡ଼ ମର୍ଣ୍ଣିଂ ମେସେଜରେ ଲାଗିବ ୧୮ ପ୍ରତିଶତ ଜିଏସଟି ! : ମାସ ଶେଷରେ କରିବାକୁ ପଡିବ ଏହାର ପେମେଣ୍ଟ । ତେବେ ଆସନ୍ତୁ ଜାଣିବା ସତ୍ୟତା କ’ଣ ରହିଛି ?

86

ସକାଳେ ନିଦ ଭାଙ୍ଗିବା ମାତ୍ରେ ଅଧିକାଂଶ ଲୋକ ନିଜ ହ୍ୱାଟସଆପ ଚେକ କରନ୍ତି । ଯେଉଁଠାରେ ଗୁଡ ମର୍ଣ୍ଣିଂ ମେସେଜ ଅଧିକ ରହିଥାଏ । ଏହା ବଦଳରେ ଆପଣ ମଧ୍ୟ ଗୁଡ ମର୍ଣ୍ଣିଂ ମେସେଜ ପଠାଇଥାନ୍ତି । ଯଦି ଆପଣଙ୍କୁ ଜଣାପଡେ ଗୁଡ ମର୍ଣ୍ଣିଂ ମେଜେସ ପଠାଇବା ଦ୍ୱାରା ୧୮ ପ୍ରତିଶତ ଟ୍ୟାକ୍ସ ଲାଗିବ, ତେବେ ଆପଣ କେମିତି ଅନୁଭବ କରିବେ । ଆମ ମତରେ ଆପଣଙ୍କ ଚିନ୍ତା ବଢିଯିବ । ସୋସିଆଲ ମିଡିଆରେ ଏଭଳି ଏକ ଭାଇରାଲ ଭିଡିଓ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ଏକ ଖବର କାଗଜର କୋଟିଂ ଭାଇରାଲ ହୋଇଛି । ଯେଉଁଥିରେ ଲେଖା ହେଇଛି କି, ଏପ୍ରିଲ ଠାରୁ ଗୁଡ ମର୍ଣ୍ଣିଂ ମେସେଜ ପଠାଇବା ଦ୍ୱାରା ୧୮ ପ୍ରତିଶତ ଜିଏସଟି ଲାଗିବ । ତେବେ ମେସେଜ ଲୋକଙ୍କୁ ବିଭ୍ରାନ୍ତ କରୁଛି । ଲୋକମାନେ ଫେସବୁକଠାରୁ ଆରମ୍ଭ କରି ହ୍ୱାଟସଆପ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କମେଂଟ ଦେଉଛନ୍ତି । ଏଭଳି ସ୍ଥିତିରେ ଆଜି ଆମେ ଆପଣଙ୍କୁ ମେସେଜ ବିଷୟରେ ସ୍ପଷ୍ଟ ସୂଚନା ଦେଉଛୁ ।

ତେବେ ଆପଣ ଭାବୁଥିବେ ଖବର କାଗଜ କଟିଂରେ କ’ଣ ଲେଖା ହେଇଛି ? ଖବର କାଗଜ କଟିଂରେ ବଡ଼ ବଡ଼ ଅକ୍ଷରରେ ହେଡଲାଇନରେ ଲେଖା ହେଇଛି କି, ଗୁଡ ମର୍ଣ୍ଣିଂ ମେସେଜରେ ଲାଗିବ ୧୮ ପ୍ରତିଶତ ଜିଏସଟି । ଖବର ମୁତାବକ ୧ ଏପ୍ରିଲ ଠାରୁ ଯିଏ ଗୁଡ ମର୍ଣ୍ଣିଂ ମେସେଜ ପଠାଇବ ସରକାର ତାଙ୍କ ଉପରେ ଟ୍ୟାକ୍ସ ଲଗାଇବେ । ମୋବାଇଲ ସଂଚାର ମନ୍ତ୍ରାଳୟ ମୁଖ୍ୟ ସଚିବ ଲେଖପାଲଙ୍କ ଅନୁସାରେ, ଆପଣ ଯେମିତି ବି ଗୁଡ ମର୍ଣ୍ଣିଂ ମେସେଜ ପଠାଇବେ, ହ୍ୱାଟସଆପ ମେସେଜଂର ଏହାର ହିସାବ ରଖିବ । ଏଭଳି ମେସେଜରେ ୧୮ ପ୍ରତିଶତ ଜିଏସଟି ଲଗାଇବାର ନିଷ୍ପତ୍ତି ନିଆଯାଇଛି, ଯାହାକି ମାସର ଶେଷ ଦିନରେ ବିଲ ତିଆରି ହେବ ଏବଂ ମୋବାଇଲ ବିଲ ସହିତ ଏହାର ପେମେଣ୍ଟ କରିବାକୁ ପଡିବ ।

ଖବର ମୁତାବକ ଇଂଟରନେଟ ସ୍ଲୋ ହେବାର ଆରୋପ :

ଖବର କାଗଜ କଟିଂରେ ଜିଏସଟି ଲାଗୁ ହେବା କାରଣ ଦିଆଯାଇଛି । ଲେଖାଯାଇଛି କି, ସରକାରଙ୍କ ଏହି ନିଷ୍ପତି ସେହି ରିପୋର୍ଟ ସାମ୍ନାକୁ ଆସିବା ପରେ ନିଆଯାଇଛି । ଯାହା ଅନୁସାରେ ସକାଳୁ ସକାଳୁ ଲକ୍ଷ ଲକ୍ଷ ଲୋକ ଗୁଡ ମର୍ଣ୍ଣିଂ ମେସେଜ ପଠାଇବା କାରଣରୁ ହିଁ ଇଂଟରନେଟ ମନ୍ଥର ହୋଇ ଯାଉଛି । ଭାରତ ବିଶ୍ୱର ପ୍ରଥମ ଏଭଳି ଦେଶ ହେବ ଯେଉଁଠାରେ ଇଂଟରନେଟ ସହିତ ଏଭଳି ସମସ୍ୟା ହେଉଛି । ଏଭଳି ସ୍ଥିତିରେ ଟ୍ୟାକ୍ସ ଲଗାଇବା ଦ୍ୱାରା ଗୁଡ ମର୍ଣ୍ଣିଂ ମେସେଜ ପଠାଇବା କମିଯିବ ଓ ଇଂଟରନେଟର ସ୍ପିଡ ସୁଧୁରିଯିବ । ଯଦି ଏହା ପରେ ବି ସ୍ଥିତିରେ କିଛି ସୁଧାର ନ ଆସୁଛି, ତେବେ ଗୁଡ ମର୍ଣ୍ଣିଂ ମେସେଜ ରିସିଭ କରୁଥିବା ଲୋକଙ୍କୁ ମଧ୍ୟ ଟ୍ୟାକ୍ସ ଦେବା ପାଇଁ ପଡିବ ।

ସତ୍ୟତା କ’ଣ ରହିଛି ?

ତେବେ ଖବର କାଗଜ କଟିଂରେ ଖବର ବ୍ୟତୀତ ଖବର କାଗଜରେ ତାରିଖ ଓ ନାମ ଲେଖା ହୋଇନାହିଁ । କିନ୍ତୁ ଖବର କାଗଜରେ କାମ କରୁଥିବା ଲୋକଙ୍କୁ ଜଣା ଥାଏ କି, ଖବର କାଗଜର ଏକ ଖାସ ଲେଖା ଓ ଲେ ଆଉଟ ରହିଥାଏ । ବାସ ଏଠାରୁୁ ହିଁ ଏହି ଖବର କାଗଜ ବାବଦରେ ଅନ୍ଦାଜା ଆସିଲା । ଏଭଳି ଖବର ନବ ଭାରତ ଟାଇମ୍ସ ଅର୍ଥାତ ଏନବିଟି ଖବରକାଗଜର । ଏନବିଟିର ୨ ମାର୍ଚ୍ଚର ଦିଲ୍ଲୀ ପ୍ରକାଶନରେ ଏହି ଖବର ସବୁଠୁ ଉପରେ ଥିଲା । ଯାହା ହ୍ୱାଟସଆପରୁ ଆରମ୍ଭ କରି ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ ଖବରକାଗଜର ନିମ୍ନ ଭାଗରେ ଲେଖା ଯାଇଥିଲା କି “ବୁରା ନା ମାନୋ ହୋଲି ହେ ” । ହୋଲି ଅବସରରେ ମଜାକରେ ଖବର ଛପା ଯାଇଥିଲା । ତା’ମାନେ ଏହି ଖବରରେ କିଛି ସତ୍ୟତା ନାହିଁ । ଭାଇରାଲ ହେଉଥିବା ଖବର ସଂପୂର୍ଣ୍ଣ ମିଥ୍ୟା ।