ନିର୍ବାଚନ ପୂର୍ବରୁ ସାରା ଦେଶକୁ ଯୋଡ଼ିବ ପକ୍କା ରାସ୍ତା ! ଆଗାମୀ ୧୪ ମାସ ମଧ୍ୟରେ ପ୍ରତିଘଂଟାରେ ତିଆରି ହେବ ୧୦ କିମି ରାସ୍ତା, ମୋଦି ସରକାରଙ୍କ ନିଷ୍ପତ୍ତି

21

୨୦୧୯ ଲୋକସଭା ନିର୍ବାଚନ ପାଇଁ ଏବେ ଠାରୁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଲେଣି । ନିର୍ବାଚନ ପୂର୍ବରୁ ଅଧା ପଡ଼ିଥିବା କାମ ଗୁଡ଼ିକର କାର୍ଯ୍ୟ ଆରମ୍ଭ ହେଲାଣି । ଲୋକସଭା ନିର୍ବାଚନ ପୂର୍ବରୁ ଗାଁ ତଥା ପଛୁଆ ଅଂଚଳ ସହ ଯୋଗାଯୋଗ କରିବା ପାଇଁ ସରକାର ଯୁଦ୍ଧଭତ୍ତିିରେ ରାସ୍ତା ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଆଗାମୀ ୧୪ ମାସ ମଧ୍ୟରେ ୧୦ ହଜାର କିମି ରାସ୍ତା ତିଆରି କରିବା ପାଇଁ ଯୋଜନା ପ୍ରସ୍ତୁତି କରିଛନ୍ତି । ଅର୍ଥାତ୍ ପ୍ରତି ଘଂଟାରେ ୯.୯୨ କିମି ରାସ୍ତାରେ ତିଆରି କରାଯିବ । ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସଚିବ କହିଛନ୍ତି, ବିଗତ ୧୪ ମାସରେ ୧୦.୦୦୦ କିମି ରାସ୍ତା ନିର୍ମାଣ କରିବା ପାଇଁ ମଞ୍ଚୁରୀ ଦେଇସାରିଛନ୍ତି । ସରକାର ଦାବି କରିଛନ୍ତି ଗ୍ରାମୀଣ ଅଂଚଳରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅନୁସାରେ ୫୨୮,୧୬୩ କିମି ରାସ୍ତା ନିର୍ମାଣ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନୁସାରେ ସରକାର ରାସ୍ତା ନିର୍ମାଣ ୬୦ପ୍ରତିଶତ ଦେବା ସହ ବାକି ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।

ଏହା ବ୍ୟତୀତ ନକ୍ସଲ ପ୍ରଭାବିତ ଅଚଳ ଯଥା ଓଡ଼଼ିଶା ଓ ଛତିଶଗଡ଼ ଉପରେ ଏନେଇ ଅଧିକ ଧ୍ୟାନ ଦିଆଯିବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନୁସାରେ ଓଡ଼ିଶାରେ ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ୩,୫୦୦ କିମି ରାସ୍ତା ତିଆରି କରାଯିବ । ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ରାଜ୍ୟ ସରକାର ୧୮,୬୨୫ କୋଟି ଟଙ୍କା ଖର୍ଚ୍ଚ କରି ୪୩,୨୨୨ କିମି ସଡ଼କ ନିର୍ମାଣ କରାଯାଇଛି । ତେବେ ଛତିିଶଗତରେ ଲଗାତାର ନକ୍ସଲ ହିଂସା ଲାଗି ରହିଥିବାରୁ ସେଠାରେ ରାସ୍ତା କାମ ବାଧାପ୍ରାପ୍ତ ହେଉଛି । ଏହା ବ୍ୟତୀତ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ସଳଚନା ଦେଇଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ଆଗାମୀ ସମୟରେ ୧.୫ କୋଟି ନୂଆ ଘର ତିଆରି କରାଯିବ । ୨୦୨୨ ପର୍ଯ୍ୟନ୍ତ ଦେଶରେ ୪,୩୩,୦୦୦ ନୂଆ ଘର ତିଆରି କରାଯିବାର ଲକ୍ଷ୍ୟ ରହିଛି । ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସୂଚନା ଅନୁସାରେ ମଧ୍ୟପ୍ରଦେଶ, ଗୁଜରାଟ ଓ ପଶ୍ଚିମବଙ୍ଗରେ ଗରିବଙ୍କ ପାଇଁ ଘର ତିଆରି କାମ ଖୁବ ଜୋରସୋରେ ଚାଲିଛି ।