ସାବଧାନ ! ଏକ୍ସପାୟରୀ ଔଷଧ ଦୋକାନରେ ବିକୁଥିଲେ ସମ୍ପୃକ୍ତ ଦେକାନୀକୁ ଦେବାକୁ ପଡିବ ଜୋରିମାନା

ଆଜିର ଦୁନିଆରେ ଅନେକ ଜନସାଧାରଣଙ୍କର ନିତିଦିନ ଔଷଧ ଦରକାର

114

କନକ ବ୍ୟୁରୋ : ଆଜିର ଦୁନିଆରେ ଅନେକ ଜନସାଧାରଣଙ୍କର ନିତିଦିନ ଔଷଧ ଦରକାର । ପ୍ରତ୍ୟେକ ଦିନ ଔଷଧ ଦେକାନରୁ ଲୋକମାନେ ଔଷଧ କିଣନ୍ତି । ତେବେ ଅନେକ ସମୟରେ ଅଭିଯୋଗ ଆସୁଛି ଯେ, ବଜାରରେ ମିଳୁଥିବା ମେଡିସିନର ଏକ୍ସପାୟରୀ ନାହିଁ ବୋଲି । ଅବଶ୍ୟ ମିଳୁଥିବା ସମସ୍ତ ଔଷଧର ଏକ୍ସପାୟରୀ ନାହିଁ ବୋଲି କହୁନାହୁଁ କିନ୍ତୁ ଅନେକ ଔଷଧ ଏକ୍ସପାୟରୀ ହୋଇଥିଲେ ମଧ୍ୟ ଦୋକନର ମହଜୁତ ରହିଥିବା ସୂଚନା ମିଳିଛି । ବର୍ତମାନ ସେପରି ଔଷଧ ବିକ୍ରେତାଙ୍କୁ ଧରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଏଣିକି ଯେଉଁ ଦେକାନରେ ଏପରି ଭାବରେ ଅର୍ଥାତ ଏକ୍ସପାୟରୀ ଔଷଧ ମହଜୁତ ଥିବ । ସେହି ଦୋକାନୀଙ୍କଠାରୁ ଜୋରିମାନ ଆଦାୟ କରାଯିବ ।

 

ଦେଶରେ ଥିବା ସମସ୍ତ ଡ୍ରଗ ଓ କେମିଷ୍ଟ ଔଷଧ ଦୋକାନରେ ଏପରି ନିୟମ ଲାଗୁ ହୋଇଛି । ସେହି ଦୋକାନ ଉପରେ ଜୋରିମାନା ଆଦାୟ ପାଇଁ ସରକାରଙ୍କ ପକ୍ଷରୁ ଆଇନ ମଧ୍ୟ ଜାରି ହୋଇଛି । କେବଳ  ଏକ୍ସପାୟରୀ ଔଷଧ ବିକିଲେ ଜୋରିମାନ ଆଦାୟ ହେବ ନାହିଁ ବରଂ ଦୋକାନରେ ଥିବା ଔଷଧର ମାନ ଯଦି କମଥିବ ତେବେ ତାହା ଉପରେ ମଧ୍ୟ ଜୋରିମାନା ଆଦାୟ ହେବ ବୋଲି ସୂଚନା ମିଳିଛି । ୪୮ ପାରୋମିଟର ଦ୍ୱାରା ଔଷଧର ମାନ ଯାଚଂ କରାଯିବ । ଏପରି ନିଷ୍ପତ୍ତି ନିଆଯିବାର ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କ ଜୀବନ ବଚାଂଇବା । ମିଳିଥିବା ସୂଚନା ଅନୁସାରେ ବଜାରରେ ମିଳୁଥିବା ଔଷଧର ମାନ କିମ୍ବା ଏକ୍ସପାୟରୀ ଔଷଧ ଖାଇ ବହୁ ଲୋକଙ୍କର ପ୍ରାଣ ଯାଉଛି । ତେଣୁ ଏପରି ଭାବରେ ହେଉଥିବା ଅପମୃତ୍ୟୁରୁ ଲୋକଙ୍କ ଜୀବନ ରକ୍ଷା ପାଇଁ ସରକାର ଏପରି ନିୟମ କରିଛନ୍ତି ।

 

ଏହାସହ ୧୯୪୦ ମସିହାରେ ପ୍ରଣୟଣ ହୋଇଥିବା ଡ୍ରଗ ଓ କେମିଷ୍ଟ ଔଷଧର ନିୟମରେ ପରିବର୍ତନ କରିବା ପାଇଁ ସରକାର ବିଚାର କରୁଥିବା ନେଇ ସୂଚନା ମିଳିଛି । କାରଣ ଭାରତରେ ଅନେକ ଲୋକ ଏପରି ଔଷଧ ଖାଇବା ଦ୍ୱାରା ପ୍ରାଣ ହରାଉଛନ୍ତି । ତେଣୁ ରିପୋର୍ଟକୁ ଆଧାର କରି ସରକାର ଏହା କରୁଛନ୍ତି । ତେଣୁ ଏଣିକି ଔଷଧ ଦୋକାନରେ ଲଗାତାର ଭାବରେ ଅନୁସନ୍ଧାନ ହେବ । ତେଣୁ ମାନ କମ ଥିବା ଔଷଧ କିମ୍ବା ଏକ୍ସପାୟରୀ ଔଷଧ ଦେକାନୀମାନେ ନରଖିବା ପାଇଁ କୁହାଯାଇଛି ।