ହ୍ୱାଟସଆପରେ ଆପତ୍ତିଜନକ ମେସେଜ୍ ପଠାଉଥିଲେ ହୋଇଯାଆନ୍ତୁ ସାବଧାନ, କମ୍ପାନୀ ଠାରୁ ପରିଚୟ ମାଗିଲେ ସରକାର

ଦଙ୍ଗା ଓ ଅପରାଧ ଉପରେ ଲଗାଯାଇପାରିବ ରୋକ୍

70

ଭାରତରେ ହ୍ୱାଟସଆପ୍ ୟୁଜର୍ସଙ୍କ ଚିହ୍ନଟକୁ ନେଇ ସରକାର ପୁଣି ଥରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । ସରକାର ପୁଣି ଥରେ ହ୍ୱାଟସଆପରେ ଆପତ୍ତିଜନକ ମେସେଜ୍ ପଠାଉଥିବା ଲୋକଙ୍କ ପରିଚୟ ଜଣାଇବାକୁ କହିଛନ୍ତି । ମେସେଜ୍ ବିଷୟରେ ସୂଚନା ନଦେଲେ ବି ଅତକମ୍ ରେ ମେସେଜ୍ ପଠାଉଥିବା ବ୍ୟକ୍ତିଙ୍କ ଲୋକେସନ୍ ଓ ତାଙ୍କର ପରିଚୟ ନିଶ୍ଚୟ ଜଣାଇବାକୁ ସରକାର କହିଛନ୍ତି । ସରକାର ଏହା ବି କହିଛନ୍ତି କି ଏହି ପଦକ୍ଷେପ ମିଥ୍ୟା ଖବର ପ୍ରଚାରକୁ ରୋକିବାରେ ସଫଳତା ମିଳିବ ।

ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି କି, ଏହା ଦ୍ୱାରା ମିଥ୍ୟା ଖବର ଓ ହେବାକୁ ଥିବା ଦଙ୍ଗା ଓ ଅପରାଧ ଉପରେ ରୋକ ଲଗାଯାଇପାରିବ । ହ୍ୱାଟସଆପ୍ ଟିମ୍ ଏହି ମାମଲାରେ ବିଚାର କରିବାକୁ କହିଛନ୍ତି । ଜଣାଇଦେଉଛୁ ଯେ, ହ୍ୱାଟସଆପ ଉପରେ ଗତ କିଛି ମାସରୁ ମିଥ୍ୟା ଖବର ରୋକିବାକୁ ନେଇ ଭାରତ ସରକାରଙ୍କ ଚାପ ରହିଛି । ସୂତ୍ରରୁ ଜଣାପଡିଛି କି, ରବ ିଶଙ୍କର ପ୍ରସାଦ ଓ ହ୍ୱାଟସଆପ୍ ର ଭାଇସ୍ ପ୍ରେସିଡେଣ୍ଟ କ୍ରିସ ଡାନିଏଲଙ୍କ ଏହି ମାମଲାରେ ସାକ୍ଷାତକାର ହୋଇଥିଲା । ଏହି ସାକ୍ଷାତକାରରେ କ୍ରିସ ଡାନିଏଲ ଭାରତ ସରକାରଙ୍କ ସେହି ଅନୁରୋଧକୁ ନାମଂଜୁର କରିଦେଇଥିଲେ, ଯେଉଁଥିରେ ହ୍ୱାଟସଆପ୍ ମେସେଜ୍ ପଠାଉଥିବା ଲୋକଙ୍କ ପରିଚୟ ଜଣାଇବାକୁ କୁହାଯାଇଥିଲା ।