କନକ ବ୍ୟୁରୋ : ସରକାରୀ ଶିକ୍ଷକଙ୍କ ନିର୍ବାଚନ ଲଢିବା ମୋହ । ରାୟଗଡା କଲ୍ୟାଣସିଂହପୁରର ବିରିଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନାରାୟଣ ସାରକା ଜିଲ୍ଲାପରିଷଦ ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ଜାଂଚ ସମୟରେ ଏହା ଜଣାପଡିବା ପରେ ଶିକ୍ଷକଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବାବେଳେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।