ଚେନ୍ନାଇର ଆଦର୍ଶ ଶିକ୍ଷକ ଇଲାମାରନଙ୍କୁ ସଲାମ୍ : ୧୨୦ ଭୋକିଲା ଶିଶୁକୁ ନିଜ ଟଙ୍କାରେ ପ୍ରତିଦିନ ଖୁଆଉଛନ୍ତି ପୁଷ୍ଟିକର ଜଳଖିଆ

45

ମୁଦ୍ରାର ଦୁଇଟି ପାର୍ଶ୍ୱ ହେଲେ ଶିକ୍ଷା ଓ ଶିକ୍ଷକ। ଶିକ୍ଷକଙ୍କ ବିନା କିଛି ଶିଖିବା ମୁସ୍କିଲ ।  ପାଠ ପଢେଇବା ସହ  ପ୍ରେରଣା ଦିଅନ୍ତି ଶିକ୍ଷକ । ଶିକ୍ଷକମାନେ ଯୁଗେ ଯୁଗେ ସମାଜ ପାଇଁ ଆଦର୍ଶ ହୋଇଥାନ୍ତି। କେବେ ଶିକ୍ଷା ଦାନ କରି ତ କେବେ ସଂସ୍କାରର ମୂଲ୍ୟବୋଧ ଶିଖାଇ । ଏବେ ସମାଜ ପାଇଁ ଆଉ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି  ଚେନ୍ନାଇର ମିଷ୍ଟର୍‌ ପିକେ ଇଲାମାରନ । ସେ ନିଜ ସ୍କୁଲ୍‌ର ୧୨୦ ଜଣ ପିଲାଙ୍କୁ ସକାଳୁ ସୁସ୍ଥକର ଜଳଖିଆ ଖୁଆଉଛନ୍ତି । ଏହା କାର୍ଯ୍ୟ ସେ ୨୦୧୮ ଜୁଲାଇ ମାସରୁ ଆରମ୍ଭ କରିଛନ୍ତି ।

ଇଲାମାରନ ଏହି ସୁପଦକ୍ଷେପ ନେବା ପୂର୍ବରୁ ପ୍ରଥମେ ସ୍କୁଲ୍‌ର ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମ ତାଲିକା କରି ନେଇଥିଲେ । ସ୍ଥାନୀୟ ଦୋକାନରୁ ସୁସ୍ଥକର ଇଡ୍‌ଲି ଓ ପୋଙ୍ଗଲ ଆଣି ସକାଳ ପ୍ରାୟ ୭.୩୦ରୁ ୮ଟା ଭିତରେ ସେ ପିଲାମାନଙ୍କୁ ନିଜେ ଖାଇବା ପରଷି ଥାଆନ୍ତି । ସେ କୁହନ୍ତି କି ଏପରି କରିବା ଦ୍ୱାରା ତାଙ୍କୁ ଖୁବ୍‌ ଆତ୍ମସନ୍ତୋଷ ମିଳିଥାଏ ।

ଇଲାମାରନଙ୍କ ପରି ଆଉ ଜଣେ ଶିକ୍ଷକ ହେଲେ ବିହାରର ମଦନ ଯାଦବ । ଏକ ନିର୍ଜନ ଗ୍ରାମରେ ଥିବା ଏକ ସରକାରୀ ସ୍କୁଲ୍ ଶିକ୍ଷକ ମଦନ ଯାଦବ । ଯାଦବ ସଂପୃକ୍ତ ଅଞ୍ଚଳରେ ଏକ ସ୍କୁଲ୍ ଚଳାଉଛନ୍ତି । ସେ ନିଜ ସ୍କୁଲରେ ପିଲାମାନଙ୍କୁ ଉତ୍ତମ ସେବା ଦେବାର କୌଣସି ବି ଉପାୟ ହାତଛଡ଼ା କରିନାହାନ୍ତି । ଯେଉଁ ଗ୍ରାମର ଅଧିକାଂଶ ଲୋକ ନିଜ ଗାଁ ବାହାରକୁ ଯାଇନାହାନ୍ତି ସେଠାରେ ଯାଦବ ଏକ ସ୍କୁଲ୍ ଚଳାଇବା ସହ ସେଥି ମଧ୍ୟରେ ସୁବିଧା ପରେ ସୁବିଧା କରିବାରେ ଲାଗିଛନ୍ତି ।