୨୦୨୨ ସୁଦ୍ଧା ମଞ୍ଜୁର ହେବ ୧ କୋଟି ବାସଗୃହ ! ଭୋଟ୍ ହାତେଇବାକୁ ଯୋଜନା କରୁନାହାନ୍ତି ତ କେନ୍ଦ୍ର ସରକାର . . . .

169

କନକ ବ୍ୟୁରୋ : ସଭିଙ୍କ ପାଇଁ ବାସଗୃହ ଯୋଜନା  । ଆସନ୍ତା ୨୦୨୦ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୧ କୋଟି ବାସଗୃହ ମଂଜୁର କରାଯିବ ବୋଲି କେନ୍ଦ୍ର ନଗର ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାଦ୍ୱାରା ୨୦୨୨ ସୁଦ୍ଧା ‘ସମସ୍ତଙ୍କ ପାଇଁ ବାସଗୃହ’ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ମନ୍ତ୍ରାଳୟ ମନେ କରୁଛି । ମନ୍ତ୍ରାଳୟ ପକ୍ଷରୁ ଏବେ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୬୫ ଲକ୍ଷ ବାସଗୃହକୁ ମଂଜୁରୀ ଦିଆଯାଇଛି । ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଯୋଜନାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ମୋଦି ସରକାର କଳ୍ପନା କରୁଛନ୍ତି ।

୬୫ ଲକ୍ଷ ମଧ୍ୟରୁ ପ୍ରାୟ ୩୫.୬୭ ଲକ୍ଷଟି ବାସଗୃହ ଏବେ ନିର୍ମାଣାଧିନ ଅବସ୍ଥାରେ ରହିଛି । ଏଗୁଡିକ ମଧ୍ୟରୁ ପ୍ରାୟ ୧୨.୪୫ ଲକ୍ଷ ବାସଗୃହର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି । ସରକାର ୨୦୨୦ ସୁଦ୍ଧା ମୋଟ ୧ କୋଟି ବାସଗୃହ ମଂଜୁର କରିବେ ଓ ଏଗୁଡ଼ିକ ୨୦୨୨ ସୁଦ୍ଧା ନିର୍ମିତ ହୋଇଯାଇଥିବ ବୋଲି ମନ୍ତ୍ରାଳୟ ଲକ୍ଷ୍ୟ ରଖିଛି । ଏହି ୧ କୋଟି ବାସଗୃହ ପାଇଁ କେନ୍ଦ୍ର ସରକାର ୨୦୨୦ ମୋଟ ୩ ଲକ୍ଷ ୫୬ ହଜାର କୋଟି ଟଙ୍କା ବ୍ୟୟବରାଦ କରିବେ । ଏହା ମଧ୍ୟରେ ଏପର‌୍ୟ୍ୟନ୍ତ ପ୍ରାୟ ୩୩,୪୫୫ କୋଟି ଟଙ୍କା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମାନଙ୍କୁ ଆବଣ୍ଟିତ ହୋଇଯାଇଛି ।