କୁମାରୀ ମାତୃତ୍ୱକୁ ଗର୍ଭପାତ ପାଇଁ ମିଳିବ ସମାନ ଅଧିକାର ! ସରକାର ଆଣିବେ ନୂଆ ଆଇନ୍

56

କୁମାରୀ ମାତୃତ୍ୱକୁ ଗର୍ଭପାତ ପାଇଁ ମିଳିବ ସମାନ ଅଧିକାର । ଗର୍ଭପାତ ସମୟରେ ଗୋପନ ରଖିବାକୁ ପଡିବନି ନିଜ ପରିଚୟ । ବିବାହିତା ମହିଳାଙ୍କ ପରି ସେମାନଙ୍କ ଗର୍ଭପାତ ହେବ ଆଇନସିଦ୍ଧ । ଏମିତି କିଛି ଆଇନ ଆଣୁଛନ୍ତି କେନ୍ଦ୍ର ସରକାର ।

ସୂଚନା ଅନୁସାରେ ପାର୍ଲିଆମେଂଟର ଚଳିତ ଅଧିବେଶନ ପରେ ଆସିବ ଏହି ବିଲ୍ । ଗର୍ଭ ନିରୋଧକର ବିଫଳତା ଓ ଇଛା ବିରୁଦ୍ଧରେ ଗର୍ଭଧାରଣ କରିଥିଲେ କରିପାରିବେ ଗର୍ଭପାତ । ପୂର୍ବରୁ ଏହି ନିୟମ କେବଳ ବିବାହିତା ମହିଳାଙ୍କ କ୍ଷେତ୍ରରେ ଲାଗୁ ହୋଇଥିଲା ।

ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ଜଣେ ମହିଳାଙ୍କୁ ମା ହେବା ପାଇଁ ପୁରୁଷର ପରିଚୟ ଦେବା ଅନାବଶ୍ୟକ । କିନ୍ତୁ ଏହି ନୂଆ ନିୟମ ଏହାର ଠିକ୍ ବିପରୀତ ଧର୍ମୀ । ତେଣୁ ଭୃଣ ହତ୍ୟାକୁ ଏହା ପରୋକ୍ଷରେ ପ୍ରୋତ୍ସାହିତ କରିପାରେ ବୋଲି ମହିଳା ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଛାସେବୀ ଆଶଙ୍କା ପ୍ରକାଶ କରିଛନ୍ତି ।

ଆମ ଦେଶର ଆଇନ ମୁତାବକ ଅବାଞ୍ଝିତ ଗର୍ଭଧାରଣ କ୍ଷେତ୍ରରେ ଜଣେ ସାବାଳିକା ନିଜ ଇଛାନୂଯାୟୀ ଗର୍ଭପାତ କରିପାରିବେ । କିନ୍ତୁ ଏଥିପାଇଁ ତାଙ୍କୁ ଯଥେଷ୍ଟ କାରଣ ଦର୍ଶାଇବାକୁ ପଡିବ । ତେଣୁ କୁମାରୀ ମାତୃତ୍ୱ କ୍ଷେତ୍ରରେ ମହିଳା ମାନେ ସଠିକ୍ ତଥ୍ୟ ଦେବାକୁ କୁଣ୍ଠାବୋଧ କରିଥାନ୍ତି । କିନ୍ତୁ ଏହି ବିଲ୍ ପାରିତ ହେଲେ ଗର୍ଭପାତ ଆଇନର ସରଳୀକରଣ ହୋଇପାରିବ ।