ସରକାରଙ୍କ କଠୋର ଆଭିମୁଖ୍ୟ ପରେ ବି ଜିଦରେ ଅଟଳ ଅଧ୍ୟାପକ : କହିଲେ, ନିଷ୍ପତ୍ତିର ହେଉ ପୁନର୍ବିଚାର

22

କନକ ବ୍ୟୁରୋ : ସରକାରଙ୍କ କଠୋର ଆଭିମୁଖ୍ୟ ପରେ ବି ଜିଦରେ ଅଟଳ ଅଧ୍ୟାପକ । ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ନେଇ କଲେ ଦୃଢୋକ୍ତି । ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ବୋଲି ଦାବି କରିଛନ୍ତି ଆନ୍ଦୋଳନରତ ଅଧ୍ୟାପକ । ଖାତା ଦେଖିବା ସେମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ତେଣୁ ସରକାର ମୁକାବିଲା ମୂଳକ ମନୋଭାବରୁ ଓହରି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେମାନଙ୍କ ଦାବି ପୂରଣ ଉପରେ ଗୁରୁତ୍ୱ ଦେବା ଉଚିତ୍ ।

ଏହା ସହ ଏଯାଏ ମାତ୍ର ୨୦ ପ୍ରତିଶତ ଖାତା ଦେଖା ହୋଇନଥିବା ବେଳେ ସରକାର ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ଅଧ୍ୟାପକମାନେ ଅଭିଯୋଗ କରିଛନ୍ତି । ଗତକାଲି ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ଅସହଯୋଗ କରୁଥିବା ଅଧ୍ୟାପକଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ ଉଚ୍ଚଶିକ୍ଷା ବିଭାଗ । ଯେଉଁ ଅଧ୍ୟାପକମାନେ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ କରିନାହାନ୍ତି ବା ଆସୁନାହାନ୍ତି ସେମାନଙ୍କୁ ତୁରନ୍ତ ସସପେଣ୍ଡ କରାଯିବ ବୋଲି ଚିଠିରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା ।