ଭାରତ ସରକାର ବନ୍ଦ କଲେ ୮୨୭ ଟି ଅଶ୍ଳୀଳ ୱେବସାଇଟ ! ଖପ୍ପା ହେଲେ ୟୁଜର

536

କନକ ବ୍ୟୁରୋ : ଭାରତ ସରକାର ୮୨୭ ଟି ପର୍ଣ୍ଣ ଓ୍ଵବସାଇଟ୍‌କୁ ବନ୍ଦ କରିବାର ନିଷ୍ପତ୍ତି ଦେଇଛନ୍ତି । ଏହି ନିଷ୍ପତ୍ତିକୁ କିନ୍ତୁ ଏସବୁ ସାଇଟ୍‌ର ୟୁଜରମାନେ ନାପସନ୍ଦ କରିଛନ୍ତି । ବିଶେଷ କରି ଯେଉଁମାନେ ଏହି ଓ୍ଵବସାଇଟ୍‌ର ବାର୍ଷିକ ଗ୍ରାହକ ହୋଇ ପଇସା ଦାଖଲ କରିଛନ୍ତି, ଏବଂ ଯେଉଁମାନେ ଏହାର ପରିବେଷଣ କରୁଛନ୍ତି , ସେମାନେ କ୍ଷୁବ୍ଧ ହୋଇଛନ୍ତି ।

ଇତିମଧ୍ୟରେ ଜିଓ ମଧ୍ୟ ନିଜ ନେଟଓ୍ଵାର୍କରେ ପର୍ଣ୍ଣସାଇଟ୍‌ସ ଗୁଡିକ ବନ୍ଦ କରି ଦେଇଛନ୍ତି । କିନ୍ତୁ ଲୋକେ ଏହାକୁ ସ୍ୱୀକାର କରିନାହାନ୍ତି । ପର୍ଣ୍ଣ ୟୁଜରସ ଓ ଏହାକୁ ପରିବେଷଣ କରୁଥିବା ସଂସ୍ଥାମାନେ ଏହି ନିଷେଧ ଦେଶ ନିଷ୍ପତ୍ତିକୁ ନେଟ୍‌ ନ୍ୟୁଟ୍ରିଲିଟିର ବିରୁଦ୍ଧ ବୋଲି ଦର୍ଶାଇଛନ୍ତି । ଅପରପକ୍ଷରେ ଏହି ନିଷେଧାଦେଶକୁ ସମର୍ଥନ କରୁଥିବା ଲୋକଙ୍କର କହିବା କଥା ହେଲା ଯେ ପର୍ଣ୍ଣ ମହିଳାମାନଙ୍କ ପ୍ରତି ଯୌନ ହିଂସାକୁ ପ୍ରୋତ୍ସାହିତ କରୁଛି ।

ୟୁଜରମାନଙ୍କ କହିବା କଥା ହେଲା କି ଚାଇଲଡ୍‌-ପର୍ଣ୍ଣ,ରେପ୍‌ ପର୍ଣ୍ଣ ଓ ବିଡିଏସଏମ୍‌ ଭଳି ପର୍ଣ୍ଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଏହି ପ୍ରସଙ୍ଗରେ ପର୍ଣ୍ଣହବ୍‌ର ଉପାଧ୍ୟକ୍ଷ କୋରି ପ୍ରାଇସଙ୍କ ମତ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ଭାରତ ସରକାର କେବଳ ପର୍ଣ୍ଣହବ୍‌ ଭଳି ବଡ ପର୍ଣ୍ଣସାଇଟ୍‌ ଗୁଡିକୁ ନିଷିଦ୍ଧ କରିଛନ୍ତି,କିନ୍ତୁ ହଜାର ହଜାର ସଂଖ୍ୟକ ଅବୈଧ ରିସ୍କି ସାଇଟସ୍‌ ରହିଛି , ଯାହାକୁ ବ୍ଲକ୍‌ କରାଯାଇ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଭାରତରେ ପର୍ଣ୍ଣୋଗ୍ରାଫି ଉପରେ କୌଣସି ଆଇନ୍‌ ନାହିଁ ।ତେବେ ଭାରତ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।