ପ୍ରତି ଚାରି ବର୍ଷରେ ବଦଳି ପାରେ ଟଙ୍କାର ଚେହେରା ! ଜାଲ ନୋଟ୍ ରୋକିବାକୁ ସରକାରଙ୍କର ବଡ ଯୋଜନା

41

କନକ ବ୍ୟୁରୋ : ଆଉ କରିହେବନି ଟଙ୍କାର ନକଲ । ବଦଳିଯିବ ଟଙ୍କାର ଚେହେରା । ଜାଲ ନୋଟ ରୋକିବାକୁ ସରକାର ଏକ ବଡ ଯୋଜନା କରୁଛନ୍ତି । ସେଥିପାଇଁ ଟଙ୍କାର ଚେହେରାକୁ ବଦଳାଇ ଦିଆଯିବ । ପ୍ରତି ୩-୪ ବର୍ଷରେ ଟଙ୍କାର ରୂପରେଖ ବଦଳାଇ ଦିଆଯିବ । ବିଶେଷ କରି ୨୦୦୦ ଓ ୫୦୦ ଟଙ୍କିଆ ନୋଟର ଚେହେରା ବଦଳାଯିବ ।

ସେଥିରେ ଥିବା ସିକ୍ୟୁରିଟି ଫିଚରକୁ ୪ ବର୍ଷ ଅନ୍ତରରେ ବଦଳାଇବାକୁ ସରକାର ଯୋଜନା କରୁଛନ୍ତି । ଏହା ସହ ନୋଟର ମାନକୁ ଅନ୍ତର୍ଜାତୀୟ ସ୍ତର କରିବାକୁ ଯୋଜନା କରାଯାଉଛି । ବିମୁଦ୍ରାକରଣର ପରବର୍ତ୍ତି ୪ ମାସ ମଧ୍ୟରେ ବଡ ପରିମାଣର ଜାଲ ନୋଟ ଜବତ ପରେ ଏହିପରି ନିଷ୍ପତି ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଅର୍ଥ ଓ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଏ ନେଇ ଆଲୋଚନା କରିଛନ୍ତି ।

ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ବିକଶିତ ରାଷ୍ଟ୍ର ଗୁଡିକରେ ପ୍ରତି ୩-୪ ବର୍ଷରେ ନୋଟ୍ର ସିକ୍ୟୁରିଟି ବଦଳାଯାଉଛି, ଭାରତରେ ସେହିଭଳି ପଲିସି କରାଯିବା ଜରୁରୀ ହୋଇପଡିଛି । ୨୦୦୦ ମସିହାରେ ତିଆରି ହୋଇଥିବା ୧୦୦୦ ଟଙ୍କିଆ ନୋଟ ଅଚଳ ହେବା ପର୍ୟ୍ୟନ୍ତ କୌଣସି ବଡ ପରିବର୍ତ୍ତନ ହୋଇନଥିଲା ।

ସେହିପରି ପୁରୁଣା ୫୦୦ ଟଙ୍କିଆ ନୋଟ ୧୦ ବର୍ଷ ଧରି ପରିବର୍ତ୍ତନନ ହୋଇନାହିଁ । ଏବେ ଯେଉଁ ନୂଆ ୨୦୦୦ ଟଙ୍କାର ଜାଲ ନୋଟ ଜବତ ହୋଇଛି ସେଥିରେ ଥିବା ୧୭ଟି ସିକ୍ୟୁରିଟି ଫିଚରରୁ ୧୧ ଫିଚରର ଡୁପ୍ଲିକେଟ୍ କରାଯାଇଥିବା ଜଣାପଡିଛି ।