ନୂଆ ବର୍ଷ ପୂର୍ବରୁ ସରକାରଙ୍କ ନୂଆ ଭେଟି: ନିୟମିତ ହେବେ ୧୬ ହଜାର ୮୬୮ ଗଣଶିକ୍ଷକ

55

କନକ ବ୍ୟୁରୋ : ନୂଆ ବର୍ଷ ପୂର୍ବରୁ ସରକାରଙ୍କ ନୂଆ ଭେଟି । ଶେଷରେ ସର୍ତ୍ତ ମାନିଲେ ରାଜ୍ୟ ସରକାର । ରାଜରାସ୍ତାରେ ବିକ୍ଷୋଭ ଓ ନାରାବାଜୀ ପରେ ଶିକ୍ଷକଙ୍କ ଦାବି ଗ୍ରହଣ କରିଛି ଶିକ୍ଷା ବିଭାଗ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟ କରିଥିବା ଗଣଶିକ୍ଷକ ମାନଙ୍କର ସମସ୍ୟାର ସମାଧାନ ହୋଇଛି । ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତି ପରେ ଗଣଶିକ୍ଷା ବିଭାଗ ମୋଡାଲିଟି ପ୍ରକାଶ କରିଛି । ଯାହାଦ୍ୱାରା ପାଖାପାଖି ୧୬ ହଜାର ୮୬୮ ଶିକ୍ଷକ ନିୟମିତ ହେବେ । ଉଚ୍ଚମାଧ୍ୟମିକ ଶିକ୍ଷାଗତ ଯୋଗ୍ୟତା ସହ ସିଟି, ବିଏଡ ପାସ କରିଥିବା ଗଣଶିକ୍ଷକମାନେ ୮ ବର୍ଷର ନିୟମିତ ଓ ସନ୍ତୋଷଜନକ କାର୍ଯ୍ୟ କରିଥିଲେ, ନିୟମିତ ହେବାପାଇଁ ଯୋଗ୍ୟ ବିବେଚିତ ହେବେ ।

ଜିଲ୍ଲାସ୍ତରୀୟ କମିଟି ଗଣଶିକ୍ଷକ ମାନଙ୍କର ଶିକ୍ଷାଗତ ଯୋଗ୍ୟତା, ତାଲିମ ପ୍ରମାଣପତ୍ର ଓ ସନ୍ତୋଷଜନକ କାର୍ଯ୍ୟକୁ ତନଖି କରି ଯୋଗ୍ୟ ଗଣ ଶିକ୍ଷକମାନଙ୍କୁ ନିୟମିତ ପାଇଁ ନିଷ୍ପତି ନେବେ । ନିୟମିତ ହେବା ପାଇଁ ଯୋଗ୍ୟ ଗଣ ଶିକ୍ଷକମାନେ ଲେଭେଲ-ଭି ପ୍ରାଥମିକ ଶିକ୍ଷକ ଭାବେ ପରିଗଣିତ ହେବେ । ସରକାରଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଛି ରାଜ୍ୟ ଗଣଶିକ୍ଷକ ମହାସଂଘ । ଗତ ୧୩ ତାରିଖରୁ ଆନ୍ଦୋଳନ ପ୍ରତ୍ୟାହୃତ କରିଛି ସଂଘ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –