କୃଷକଙ୍କ ପାଇଁ ଖୁସି ଖବର ! ସବସିଡ଼ି ପରିବର୍ତ୍ତେ ନଗଦ ଟଙ୍କା ଦେବାପାଇଁ ବିଚାର କରୁଛନ୍ତି ମୋଦି ସରକାରେ 

452

ନିର୍ବାଚନ ପୂର୍ବରୁ କୃଷକଙ୍କୁ ବଡ଼ ଉପହାର ଦେଇପାରନ୍ତି ମୋଦି ସରକାର । ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ନୂଆ ଯୋଜନାମାନ ପ୍ରଣୟନ କରୁଛନ୍ତି । ଭୋଟ୍ ହାତେଇବା ପାଇଁ ହେଉ କି ଲୋକଙ୍କୁ ଆକର୍ଷିତ କରିବା ପାଇଁ ଚଳିତ ନିର୍ବାଚନ ପାଇଁ ଫୋକସରେ ଅଛନ୍ତି କୃଷକ । କୃଷକଙ୍କୁ ଆୟୁଧ କରି ରାଜନୀତି ବୈତରଣୀ ପାର ହେବାପାଇଁ ଚାହୁଁଛନ୍ତି ବିଭିନ୍ନ ରାଜନୈତିକ ଦଳ । ମୋଦି ସରକାର ମଧ୍ୟ କୃଷକଙ୍କୁ ଖୁସି କରିବା ପାଇଁ ବଜେଟରେ ନୂଆ ନୀତି ଆଣିପାରନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସବସିଡ଼ି ଦେବା ପରିବର୍ତ୍ତେ କୃଷକଙ୍କୁ ନଗଦ ଟଙ୍କା ଦେଇପାରନ୍ତି କେନ୍ଦ୍ର ସରକାର । ନ୍ୟୁଜ ୱାୟର ବ୍ଲମବର୍ଗ ଅନୁସାରେ କେନ୍ଦ୍ର ସରକାର କୃଷକଙ୍କ ଆର୍ଥିକ ସ୍ଥିତରେ ସୁଧାର ଆଣିବା ପାଇଁ ସେମାନଙ୍କୁ ନଗଦ ଟଙ୍କା ଦେବାପାଇଁ ଘୋଷଣା କରିପାରନ୍ତି । ସୂତ୍ର ଅନୁସାରେ ସରକାର ସାର ଉପରେ ଦିଆଯାଉଥିବା ସବସିଡ଼ି ସମେତ ସମସ୍ତ ସବସିଡ଼ିକୁ ମିଶାଇ,ତା’ ପ୍ରତିବଦଳରେ ନଗଦ ଦେବା ପାଇଁ ବିଚାର କରୁଛନ୍ତି ।

ତେବେ ଏଥିପାଇଁ ବାର୍ଷିକ ୭୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି । ଚଳିତ ଆର୍ଥିକ ବର୍ଷରେ ଅର୍ଥମନ୍ତ୍ରୀ ଅରୁଣ ଜେଲଟୀ ଚାଷୀଙ୍କୁ ଦିଆଯାଉଥିବା ସବସିଡ଼ ସପକ୍ଷରେ ୭୦,୧୦୦ କାଟି ଖର୍ଚ୍ଚ କରିବା ପାଇଁ ବଜେଟରେ ପ୍ରବାଧାନ କରିିଥିଲେ ।