କେଉଁ ଦୋକାନରେ ମିଳିବ ୨.୫୦ ଟଙ୍କିଆ ପ୍ୟାଡ଼୍ ? ତାହାର ଠିକଣା ଓ ଫୋନ ନମ୍ବର ଟିପି ରଖନ୍ତୁ

53

କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଖୁସି’ ଯୋଜନାରେ ଓଡିଶାର ମହିଳାଙ୍କୁ କମ ଦରରେ ସ୍ୟାନିଟାରୀ ନ୍ୟାପକିନ ଯୋଗାଇ ଦେବାପାଇଁ ନିଷ୍ପତ୍ତି ନେଇଥିଲେ । ତେବେ କେନ୍ଦ୍ର ସରକାର ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନଙ୍କ ପାଇଁ ଏକ ଖାସ ଉପହାର ଦେଇଛନ୍ତି । ମହିଳାଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି, ସରକାର ଗତ ଗୁରୁବାର ଦିନ ସ୍ୟାନିଟାରୀ ନ୍ୟାପକିନ( ସ୍ୟାନିଟାରୀ ପ୍ୟାଡ) ଲଂଚ କରିଛନ୍ତି । ଏଥିରେ ପ୍ରତିପ୍ୟାଡର ମୂଲ୍ୟ ମାତ୍ର ୨.୫୦ ଟଙ୍କା । ଅନ୍ୟପଟେ ୪ଟି ପ୍ୟାଡ ଥିବା ପ୍ୟାକେଟର ମୂଲ୍ୟ ମାତ୍ର ୧୦ ଟଙ୍କା । ତେବେ ବଜାରରେ ଉପଲବ୍ଧ ଥିବା ସ୍ୟାନିଟାରୀ ପ୍ୟାଡର ମୂଲ୍ୟ ଠାରୁ ଏହାର ମୂଲ୍ୟ ଖୁବ କମ୍ ।

ସୂଚନା ଅନୁସାରେ ଏହି ୧୦ ଟଙ୍କିଆ ସ୍ୟାନିଟରୀ ନ୍ୟାପକିନସ ସମସ୍ତ ପ୍ରଧାନମନ୍ତ୍ରୀ ଜନଔଷଧୀ ପରିଯୋଜନ କେନ୍ଦ୍ରରେ ଉପଲବ୍ଧ ରହିବ । କିନ୍ତୁ ଆପଣଙ୍କ ପାଖରେ ଜନଔଷଧି କେନ୍ଦ୍ର କେଉଁଠି ରହିଛି, ଖୋଜିବା ପାଇଁ ଅସୁବିଧା ହୋଇପାରେ । ତେବେ ଆସନ୍ତୁ ଜାଣିବା ଆପଣ ଆପଣଙ୍କ ଅଂଚଳରେ ଜନଔଷଧି କେନ୍ଦ୍ରର ଠିକଣା ଓ ଫୋନ ନମ୍ବର କିପରି ପାଇବେ ।

government-launches-biodegradable-sanitary-napkins-priced-at-rs-2-50-per-pad

ଏଥିପାଇଁ ଆପଣ http://janaushadhi.gov.in ୱେବସାଇଟକୁ ଯାଆନ୍ତୁ । ସେଥିରେ ଉପଲବ୍ଧ ଥିବା STORES ସେକ୍ସନକୁ କ୍ଲିକ କରନ୍ତୁ । ଯଦି ଆପଣ ୱେବସାଇଟକୁ ଡେକ୍ସଟପରେ ଦେଖୁଛନ୍ତି, ତେବେ ବାମପାଶ୍ୱର୍ରେ ସମସ୍ତ ରାଜ୍ୟର ତାଲିକା ଉପଲବ୍ଧ ଥିବ । ଏହାର ଟିକେ ଆଗକୁ ଗଲେ କେଉଁ ରାଜ୍ୟରେ କେତେଟି ଷ୍ଟୋର ରହିଛି, ତା’ହାର ତାଲକିା ପାଇବେ । ଆପଣ ଏଥିରେ କ୍ଲିକ କରିଲା ମାତ୍ରେ ଆପଣଙ୍କୁ ପୁରା ଠିକଣା ମିଳିଯିବ । ତାହାସହ ଦୋକାନର ଠିକଣା ଓ ଫୋନ ନମ୍ବର ମଧ୍ୟ ମିଳିଯିବ ।
ମୋବାଇଲ ୟୁଜର୍ସମାନେ କିପରି ପାଇବେ ?

ଯଦି ଆପଣ ମୋବାଇଲରେ ଏହି ୱେବସାଇଟକୁ ଦେଖୁଛନ୍ତି, ତେବେ ଆପଣଙ୍କୁ ଟିକେ ଅଧିକ କଷ୍ଟ କରିବା ପାଇଁ ପଡ଼ିବ । କାରଣ ଷ୍ଟୋର ଉପରେ କ୍ଲିକ କରିବା ପରେ ଆପଣଙ୍କୁ ପଞ୍ଜାବର ଜନଔଷଧି କେନ୍ଦ୍ର ଲିଷ୍ଟ ମିଳିବ । ଏକ ସରକାରୀ ସର୍ଭେ ଅନୁସାରେ, ଭାରତର ଗ୍ରାମୀଣ ଅଂଚଳଗୁଡିକରେ କେବଳ ୪୮ ପ୍ରତିଶତ ମହିଳା ସ୍ୟାନିଟାରୀ ନ୍ୟାପକିନ ବ୍ୟବହାର କରୁଥିଲା ବେଳେ ସହରାଂଚଳର ମହିଳା ୭୮ ପ୍ରତିଶତ ବ୍ୟବହାର କରୁଛନ୍ତି । ତେବେ ମହିଳାମାନେ ସ୍ୟାନିଟାରୀ ପ୍ୟାଡ଼ ବ୍ୟବହାର ନକରିବା ଅନେକ କାରଣ ରହିଛି, ଏଥିରେ ପ୍ୟାଡ଼ର ଦାମ ମଧ୍ୟ ସାମିଲ ରହିଛି । ନ୍ୟାସନାଲ ଫ୍ୟାମିଲି ହେଥ୍ଲ ସର୍ଭେ ୨୦୧୫-୧୬ରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା କି, ଭାରତରେ ୧୫-୧୪ ବର୍ଷରେ ପାଖାପାଖି ୫୮ ପ୍ରତିଶତ ମହିଳା ଆଂଚଳିକ ଭାବେ ତିଆରି ହେଉଥିବା ସ୍ୟାନିଟରୀ ନ୍ୟାପକିନ୍ସ ବ୍ୟବହାର କରୁଛନ୍ତି ।