ପ୍ରାକ୍ ମୌସୁମୀର ଆଗମନକୁ ନେଇ ସରକାର ଛାନିଆ ! ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

35

କନକ ବ୍ୟୁରୋ : ପ୍ରାକ୍ ମୌସୁମୀର ଆଗମନକୁ ନେଇ ଛାନିଆ ହୋଇପଡିଛନ୍ତି ସରକାର । ମୁକାବିଲା କରିବା ପାଇଁ ମୋ÷ସୁମୀ ଆସିବା ପୂର୍ବରୁ ସଚିବାଳୟରେ ମୁଖ୍ୟ ସଚିିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । କିଭଳି ବନ୍ୟା ଓ ବାତ୍ୟା ଭଳି ପରିସ୍ଥିତିକୁ ମୁକାବିଲା କରାଯାଇପାରିବ ସେ ନେଇ ସମୀକ୍ଷା କରିଥିଲେ ।

ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଥିଲେ ଜୁନ୍ ମାସରେ ଅଧିକ ୨୦ ପ୍ରତିଶତ ବର୍ଷାର ସମ୍ଭାବନା ରହିଛି । ଜୁଲାଇ ମାସ ଶେଷ ସୁଦ୍ଧା ଉପକୂଳ ଜିଲ୍ଲାଗୁଡ଼ିକରେ ୧୨୨ଟି ବାତ୍ୟା ସତର୍କ ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯିବ ।