ପୁରୀରେ ଆସନ୍ତା ଦୁଇଦିନ ମଧ୍ୟରେ ପୁଣି ଥରେ ଆରମ୍ଭ ହେବ ଉଚ୍ଛେଦ ପ୍ରକ୍ରିୟା । ଜିଲ୍ଲାପାଳ ଦେଲେ ସୂଚନା

ସରକାର କହିଲେ, ୪୦ ଦିନ ମଧ୍ୟରେ ବିକ୍ରି-ଖର୍ଦି ପ୍ରକ୍ରିୟାରେ ସଂଗ୍ରହ ହୋଇଛି ୭୫ ପ୍ରତିଶତ ଘରୋଇ

163

କନକ ବ୍ୟୁରୋ: ପୁରୀରେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ପୁଣି ଥରେ ଆରମ୍ଭ ହେବ ଉଚ୍ଛେଦ ପ୍ରକ୍ରିୟା । ପୁରୀ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ସେପଟେ ଗତକାଲି ଶେଷ ହୋଇଛି ୭୫ମିଟିର ପରିଧି ଭିତରେ ଆସୁଥିବା ବିସ୍ଥାପିତଙ୍କ ଅତିରିକ୍ତ ପ୍ରୋତ୍ସାହନ ରାଶିର ସମୟ ଅବଧି । ଶ୍ରୀମନ୍ଦିର ସୁରକ୍ଷା ବଳୟ ଭିତରେ ଆସୁଥିବା ବିସ୍ଥାପିତ ପରିବାରଙ୍କ ପାଇଁ ଥଇଥାନ ପ୍ୟାକେଜ ସହ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଥିଲା । ମାତ୍ର ଆଜି ଠାରୁ ବିସ୍ଥାପିତମାନେ ଆଉ ଏହି ସୁବିଧା ପାଇବେ ନାହିଁ ।

ଅନ୍ୟପକ୍ଷରେ ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ନିର୍ମାଣ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି ଶତ ପ୍ରତିଶତ ସେଲ ଡିଡ କରାଇନେବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ପୁରୀରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାର ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦି ପ୍ରକ୍ରିୟାରେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି ବୋଲି ସରକାରୀ ସୂଚନା ମିଳିଛି । ସାରା ଦେଶରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହା ଏକ ଅଭୂତପୂର୍ବ ସଫଳତା ବୋଲି କୁହାଯାଇଛି ।