ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ନିୟମ ! ପରୀକ୍ଷା ହଲକୁ ହାତଘଣ୍ଟା ନେଇପାରିବେ ନାହିଁ ପରୀକ୍ଷାର୍ଥୀ

263

କନକ ବ୍ୟୁରୋ : ଚଳିତ ବର୍ଷ ମାର୍ଚ୍ଚ ୭ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ଶେଷ ହେବ । ୨୦୧୯ ବର୍ଷରେ ୧୦୯୧ଟି କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା ହେବ। ୩ ଲକ୍ଷ ୬୯ ହଜାର ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେବେ । ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ଯେପରି ଯୁକ୍ତ ୨ ପରୀକ୍ଷାରେ ନଦେଖିବାକୁ ମିଳେ ସେଥିପାଇଁ ସରକାର କଡ଼ାକଡ଼ି ନିୟମ ଜାରି କରିଛନ୍ତି ।

source:google.co.in

ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ହଲ୍‌କୁ ହାତଘଣ୍ଟା ଓ ମୋବାଇଲ୍‌ ଆଦି ନେବାକୁ ବାରଣ କରାଯାଇଛି । ଏଥିସହିତ ବର୍ତ୍ତମାନ ସୁଦ୍ଧା ୯୩୭ ସେଣ୍ଟରରେ ସିସି କ୍ୟାମେରା ଲଗାଯାଇ ସାରିଛି । ସେହିପରି ଯୁକ୍ତ ୨ ପରୀକ୍ଷା ପାଇଁ ୨୦୨ଟି ହବ୍‌ କରାଯାଇଛି। ୭ଟାରୁ ୯.୩୦ ଭିତରେ ପ୍ରଶ୍ନପତ୍ର ସମସ୍ତ ପରୀକ୍ଷାକେନ୍ଦ୍ରରେ ପହଞ୍ଚି ଯିବ । ଏହାଛଡା ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ଅନ୍ୟ କେହି ବି ପରୀକ୍ଷା ଚାଲିଥିବା ସମୟରେ ଫୋନ୍‌ ଧରି ପାରିବେ ନାହିଁ ବୋଲି ଗୁରୁବାର ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି ।