ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧିନରେ ଗ୍ରାମବାସୀଙ୍କୁ ମିଳୁଛି ମାଗଣା ଗ୍ୟାସ କନେକ୍ସନ : ଜାଣନ୍ତୁ କେଉଁଠି

135

ପାକୁଡରେ ଝାରଖଣ୍ଡ ସରକାରଙ୍କ ପ୍ରୟାସ ସଫଳ ହେଉଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧିନରେ ଗ୍ୟାସ ଚୁଲା ବିତରଣ କରାଯାଉଛି । ଯଦ୍ୱାରା ଗ୍ରାମୀଣ ମହିଳାଙ୍କୁ ଧୂଆଁରୁ ମୁକ୍ତି ମିଳିଛି । ପାକୁଡରେ କେନ୍ଦ୍ର ସରକାରଙ୍କ ସ୍ୱପ୍ନ ସାକାର କରିବା ପାଇଁ ଝାରଖଣ୍ଡ ସରକାର ନୂଆ ପ୍ରୟାସ ଚଳାଇଛନ୍ତି । ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧିନରେ ଶିବିର ଲଗାଇ ଗାଁ ଲୋକଙ୍କୁ ମାଗଣାରେ ଗ୍ୟାସ କନେକ୍ସନ ଯୋଗାଇ ଦେଇଛନ୍ତି ।

ସରକାରଙ୍କ ଉଦ୍ଦେଶ୍ୟ କି, ପ୍ରତି ଗରୀବ ପରିବାରକୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭ ମିଳୁ । ଉଜ୍ଜ୍ୱଳା ଯୋଜନାର ଲାଭ ମିଳୁଥିବାରୁ ମହିଳାଙ୍କୁ କାଠ ଓ କୋଇଲାରେ ରୋଷେଇ କରିବାକୁ ପଡୁନି । ପାକୁଡରେ ସରକାର ଏହି ଯୋଜନାରୁ ଗରୀବ ମହିଳାମାନେ ବହୁତ ଖୁସି ଅଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ଝାରଖଣ୍ଡ ସରକାର ପରିଚାଳନା କରୁଛନ୍ତି ।