ମାଗଣା ଏଲପିଜି: ସଂଯୋଗ ପାଇଁ ଆଧାର ଆବେଦନ ସେପ୍ଟେମ୍ବର ୩୦କୁ ଘୁଞ୍ଚିଲା

46

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାଗଣା ଏଲପିଜି ସଂଯୋଗ ଚାହୁଁଥିବା ମହିଳାମାନଙ୍କ ପାଇଁ ସରକାର ପୂର୍ବରୁ ଆଧାରକାର୍ଡ ଆବେଦନର ସମୟ ସୀମା ମେ ୩୧ ତାରିଖ ରଖିଥିଲେ । ମାର୍ଚ୍ଚରେ ଏ ନେଇ ସରକାର ଘୋଷଣା କରିଥିଲେ ।

ସୂଚନା ମୁତାବକ, ଯେଉଁମାନେ ଉଜ୍ଜ୍ୱଳା ଯୋଜନାରେ ମାଗଣା ଏଲପିଜି ସଂଯୋଗ ଚାହୁଛନ୍ତି କିନ୍ତୁ ସେମାନଙ୍କର ଆଧାର ନାହିଁ ମେ ୩୧ ସୁଦ୍ଧା ସେଥିପାଇଁ ଆଦେଦନ କରିବାକୁ ହେବ । ତେବେ ଏହି ସମୟସୀମାକୁ ଏବେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗତକାଲି ଏକ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି ।