ସୁକନ୍ୟା ସମୃଦ୍ଧି ଯୋଜନା : ସର୍ବନିମ୍ନ ଜମା ରାଶି ସୀମାକୁ ୧୦୦୦ ଟଙ୍କାରୁ କମାଇ ୨୫୦ ଟଙ୍କା କରିଦିଆଯାଇଛି

86

କେନ୍ଦ୍ର ସରକାର ସୁକନ୍ୟା ସମୃଦ୍ଧି ଯୋଜନାରେ ବାର୍ଷିକ ସର୍ବନିମ୍ନ ଜମା ରାଶିର ସୀମାକୁ ୧୦୦୦ ଟଙ୍କାରୁ କମାଇ ୨୫୦ ଟଙ୍କା କରିଦେଇଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ପଲିସି ନେଇଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ହୋଇପାରେ । ଗର୍ଲ ଚାଇଲ୍ଡ ନାମରେ ଏହି ସେଭିଙ୍ଗ ସ୍କିମକୁ ମୋଦି ସରକାରଙ୍କ କାର୍ଯ୍ୟକାଳରେ ଆରମ୍ଭ କରାଯାଇଥିଲା । ସରକାର ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ନିୟମ, ୨୦୧୬ରେ ସଂଶୋଧନ କରିଦେଇଛନ୍ତି, ଏହା ମୁତାବକ ବାର୍ଷିକ ୨୫୦ ଟଙ୍କା ଜମା କରି ବି ପଲିସି ନିଆଯାଇପାରିବ ।

ବର୍ଷ ୨୦୧୮-୧୯ର ବଜେଟ୍ ଉପସ୍ଥାପନା କଲାବେଳେ ବିତ୍ତ ମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ କି, ଏହି ଯୋଜନା ମୋଦି ସରକାରଙ୍କ ବଡ ସଫଳତା ମଧ୍ୟରୁ ଗୋଟାଏ । ନଭେମ୍ବର ୨୦୧୭ ପର୍ଯ୍ୟନ୍ତ ଏହି ଯୋଜନା ଅଧିନରେ ୧.୨୬ କୋଟି ଖାତା ଖୋଲାଯାଇଛି ଏବଂ ଏଥିରେ ୧୯,୧୮୩ କୋଟି ଟଙ୍କା ଜମା କରାଯାଇଛି । ପିପିଏଫ ଏବଂ ଅନ୍ୟ ଛୋଟ ଜମା ଯୋଜନା ଭଳି ଏହି ସ୍କିମର ସୁଧ ଦର ବି ତ୍ରୟମାସିକ ଆଧାରରେ ନିର୍ଦ୍ଧାରିତ କରାଯାଏ ।

ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକ ପାଇଁ ଏହି ସ୍କିମର ସୁଧଦର ୮.୧ ପ୍ରତିଶତ ନିର୍ଦ୍ଧାରିତ କରାଯାଇଛି । ସ୍କିମ୍ ମୁତାବକ ଗର୍ଲ ଚାଇଲ୍ଡର ୧୦ ବର୍ଷ ଆୟୁ ପର୍ଯ୍ୟନ୍ତ ତା’ର ବୈଧ ଅଭିଭାବକ ବା ମାତା-ପିତାଙ୍କ ନାମରେ ଆକାଉଣ୍ଟ ଖୋଲିପାରିବେ । ସରକାରଙ୍କ ନୋଟିଫିକେସନ ମୁତାବକ, ସୁକନ୍ୟା ସମୃଦ୍ଧି ଯୋଜନା ଅଧିନରେ କୈାଣସି ବି ପୋଷ୍ଟ ଅଫିସ୍ ବ୍ରାଂଚ ଓ ସରକାରୀ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇପାରିବ ।