ରାଜ୍ୟପାଳଙ୍କ ଭତ୍ତାକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ! ଜାଣନ୍ତୁ କିଏ ପାଇବେ କେତେ ?

39

ରାଜ୍ୟପାଳମାନଙ୍କୁ ମିଳୁଥିବା ଭତ୍ତାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଗରୁ ମିଳୁଥିବା ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧାରେ ପରିବର୍ତ୍ତନ ଆଣି ଏକ ନୂଆ ଗାଇଡ଼ଲାଇନ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ସମସ୍ତ ରାଜ୍ୟର ରାଜ୍ୟପାଳଙ୍କ ଅପେକ୍ଷା ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ଅଧିକ ଭତ୍ତା ଦିଆଯିବ । ୧.୮୧କୋଟି ଟଙ୍କା ତାଙ୍କୁ ଭତ୍ତା ଆକାରରେ ମିଳିବା ସହ କୋଲକାତା ଏବଂ ଦାର୍ଜିଲିଙ୍ଗରେ ଥିବା ରାଜଭବନର ରକ୍ଷଣବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୭୨.୦୬ଲକ୍ଷ ଏବଂ ୮୦ଲକ୍ଷ ଟଙ୍କା ଦିଆଯିବ ବୋଲି ସୂଚନା ଦିଆଯାଇଛି । ପଶ୍ଚିମବଙ୍ଗର ରାଜ୍ୟପାଳଙ୍କ ପରେ ଅଛନ୍ତି ତାମିଲନାଡ଼ୁର ରାଜ୍ୟପାଳ ।

ତାମିଲନାଡ଼ୁର ରାଜ୍ୟପାଳଙ୍କୁ ଭତ୍ତା ଆକାରରେ ୧.୬୬କୋଟି ଟଙ୍କା ମିଳିବା ସହ ଚେନ୍ନାଇ ଏବଂ ଉଟିରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୬.୫କୋଟି ଏବଂ ୭.୫୦ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି । ସେହିପରି ବିହାରର ରାଜ୍ୟପାଳଙ୍କୁ ଭତ୍ତା ଆକାରରେ ୧.୬୨କୋଟି ମିଳୁଥିବା ବେଳେ ପାଟନାରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୮୦.୨ଲକ୍ଷ ଏବଂ ୬୨ଲକ୍ଷ ଟଙ୍କା ଦିଆଯିବ ।

ସେହିପରି ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଭତ୍ତା ଆକାରରେ ୧.୧୪କୋଟି ଦିଆଯିବା ସହ ମୁମ୍ବାଇ, ପୁଣେ ଏବଂ ନାଗପୁରରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୧.୮କୋଟି ଏବଂ ୨୬.୭ଲକ୍ଷ ଦିଆଯିବ । କର୍ଣ୍ଣାଟକର ରାଜ୍ୟପାଳ ୧.୦୫କୋଟି ଟଙ୍କା ଭତ୍ତା ଅକାରରେ ପାଇବା ସହ ବେଙ୍ଗାଲୁରୁରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୩୮.୨ଲକ୍ଷ ଟଙ୍କା ଏବଂ ୬.୫ଲକ୍ଷ ଟଙ୍କା ଦିଆଯିବ । ରାଜସ୍ଥାନର ରାଜ୍ୟପାଳଙ୍କୁ ୯୫ଲକ୍ଷ ଟଙ୍କା ଭତ୍ତା ଆକାରରେ ମିଳିବା ସହ ଜୟପୁର ଏବଂ ମାଉଣ୍ଟଆବୁରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୭୩.୨ଲକ୍ଷ ଟଙ୍କା ଏବଂ ୧ଲକ୍ଷ ଟଙ୍କା ଦିଆଯିବ । ଉତ୍ତରପ୍ରଦେଶର ରାଜ୍ୟପାଳଙ୍କୁ ୬୬ଲକ୍ଷ ଟଙ୍କା ଭତ୍ତା ଆକାରରେ ମିଳିବା ସହ ଲକ୍ଷ୍ନୌରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୩.୫୩କୋଟି ଟଙ୍କା ଏବଂ ୧୦ଲକ୍ଷ ଟଙ୍କା ଦିଆଯିବ । ଗୁଜୁରାଟ ରାଜ୍ୟପାଳଙ୍କୁ ୫୫ଲକ୍ଷ ଟଙ୍କା ଭତ୍ତା ଆକାରରେ ମିଳିବା ସହ ଗାନ୍ଧିନଗରରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୨୦ଲକ୍ଷ ଟଙ୍କା ଏବଂ ୧୫ଲକ୍ଷ ଟଙ୍କା ଦିଆଯିବ । ହରିୟାଣା ରାଜ୍ୟପାଳଙ୍କୁ ୫୪.୫ଲକ୍ଷ ଟଙ୍କା ଭତ୍ତା ଆକାରରେ ମିଳିବା ସହ ଚଣ୍ଡିଗଡ଼ରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୨୧.୬ ଲକ୍ଷ ଟଙ୍କା ଏବଂ ୧୦ଲକ୍ଷ ଟଙ୍କା ଦିଆଯିବ । ଅରୁଣାଚଳପ୍ରଦେଶ ରାଜ୍ୟପାଳଙ୍କୁ ୫୪ ଲକ୍ଷ ଟଙ୍କା ଭତ୍ତା ଆକାରରେ ମିଳିବା ସହ ଇଟାନଗରରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୩୦.୭୫ଲକ୍ଷ ଟଙ୍କା ଏବଂ ୧୦ ଲକ୍ଷ ଟଙ୍କା ଦିଆଯିବ ।