ପାକିସ୍ତାନକୁ ଯାଉଥିବା ନିଜ ଭାଗର ପାଣିକୁ ରୋକିବ ଭାରତ, ବିଭାଗକୁ ଟେକ୍ନିକାଲ ଡିଜାଇନ୍ ମାଗିଲେ ଗଡକରୀ 

160

ପୁଲୱାମା ଆକ୍ରମଣକୁ ନେଇ ଭାରତ ପାକିସ୍ତାନ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି । କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି କି, ଭାରତ, ପାକିସ୍ତାନକୁ ଯାଉଥିବା ନିଜ ଭାଗର ପାଣିକୁ ରୋକିବା ପାଇଁ ନିଷ୍ପତ୍ତି ନେଇଛି । ଭାରତ ପୂର୍ବ ନଦୀଗୁଡିକର ପାଣିକୁ ଦିଗ ପରିବର୍ତ୍ତନ କରି ଜାମ୍ମୁ-କାଶ୍ମୀର ଓ ପଂଜାବରେ ଏହାର ବ୍ୟବହାର କରିବ ।

ସୂଚନାଯୋଗ୍ୟ, ସିନ୍ଧୁ ଜଳ ସନ୍ଧି ଅନୁସାରେ, ଭାରତ ପୂର୍ବ ଦିଗରେ ଥିବା ନଦୀଗୁଡିକର ୮୦% ପାଣିର ବ୍ୟବହାର କରିପାରିବ । କିନ୍ତୁ ଏପର୍ଯ୍ୟନ୍ତ ଭାରତ ଏଭଳି କରୁନଥିଲା । ଭାରତର ଏହି ପଦକ୍ଷେପ ପରେ ପାକିସ୍ତାନ ସାମନାରେ ବଡ ଚ୍ୟାଲେଂଜ ସୃଷ୍ଟି ହେବାର ସମ୍ଭାବନା ଅଛି ।

କେନ୍ଦ୍ର ମନ୍ତ୍ରୀ ଟ୍ୱିଟ୍ ଜରିଆରେ ସୂଚନା ଦେଇ କହିଛନ୍ତି କି, ଶାହପୁଲ କାଣ୍ଡିରେ ରାବି ନଦୀ ଉପରେ ବନ୍ଧ ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ଏହା ବ୍ୟତୀତ ଟଔଐ ପ୍ରକଳ୍ପରେ ଜାମ୍ମୁ-କାଶ୍ମୀରର ଉପଯୋଗ ପାଇଁ ଆମ ଭାଗର ପାଣିକୁ ଏକତ୍ରିତ କରାଯିବ ଏବଂ ବାକି ଜଳକୁ ଜବଙ୍ଖସ-ଈଋଇଝ ଲିଙ୍କରେ ଅନ୍ୟ ରାଜ୍ୟରେ ପ୍ରବାହିତ କରାଯିବ । ସେ ଆହୁରି କହିଛନ୍ତି କି, “ନିର୍ଣ୍ଣୟ କେବଳ ମୋର ନୁହେଁ । ସରକାର ଓ ପିଏମଙ୍କ ସ୍ତରରେ ନିର୍ଣ୍ଣୟ ହେବ । ମୁଁ ନିଜ ବିଭାଗକୁ କହିଛି କି, ପାକିସ୍ତାନରେ ଯେଉଁ ବି ପାଣି ଯାଉଥିଲା, ତାକୁ କେଉଁ କେଉଁ ସ୍ଥାନରେ ରୋକାଯାଇପାରିବ ତାହାର ଟେକନିକାଲ ଡିଜାଇନ୍ ପ୍ରସ୍ତୁତ କର ।”