କୃଷକ ଆନ୍ଦୋଳନ ଯୋଗୁଁ ଚିନ୍ତାରେ କେନ୍ଦ୍ର ସରକାର ! ଆରମ୍ଭ ହେଲା ଫସଲ ବୀମା ଯୋଜନାର ମୂଲ୍ୟାଙ୍କନ

124

କନକ ବ୍ୟୁରୋ : ଦିଲ୍ଲୀରେ କୃଷକ ଆନ୍ଦୋଳନ ଯୋଗୁଁ ଚିନ୍ତାରେ ସରକାର । କୃଷକଙ୍କ ଆନ୍ଦୋଳନକୁ ୨ ଦିନ ପୂରଣ ହୋଇନି, କୃଷି ମାମଲାର ସଂସଦୀୟ ସମିତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ମୂଲ୍ୟାଙ୍କନ ଆରମ୍ଭ କରିଦେଇଛନ୍ତି । ଦିଲ୍ଲୀରେ ଦେଶ କୋଣ ଅନୁକୋଣରୁ ଆସିଥିବା ହଜାର ହଜାର କୃଷକ ଭିନ୍ନ ଭିନ୍ନ ଭାଷାରେ ନିଜ ଅସୁବିଧା ଓ କଷ୍ଟ ବତାଇ ଫେରିଗଲେ ।

କୃଷକମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଏବେ କୃଷି ମାମଲାର ସଂସଦୀୟ ସମିତି ସୋମବାର ଦିନ କୃଷି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଏହାର ପଜବାବା ଦେଇଛନ୍ତି । ସ୍ଥାୟୀ ସମିତିର ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନୁସାରେ କୃଷକଙ୍କୁ ଖରାପ ହେଉଥିବା ଫସଲର ଧତିପୂରଣ ବିଳମ୍ବରେ ହେଉଛି ।

ସୂଚନାଯୋଗ୍ୟ ଦେଶରେ କୃଷି ଓ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତେଣୁ ସେମାନଙ୍କ ଦାବି ପୂରଣ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ବହୁସଂଖ୍ୟାରେ କୃଷକ ଦିଲ୍ଲୀରେ ଦୁଇ ଦିନିଆ ଆନ୍ଦୋଳନ କରିଥିଲେ । କୃଷକମାନେ ଏକତ୍ରିତ ହୋଇ ସଭା କରିଥିଲେ। ବିରୋଧୀ ଦଳ ଗୁଡ଼ିକର ବହୁ ତୁଙ୍ଗ ନେତା କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଏଥିରେ ଯୋଗଦେଇ କୃଷକମାନଙ୍କୁ ଆଜି ଉଦବୋଧନ ଦେବା ସହିତ ମୋଦି ସରକାରଙ୍କ ଉପରେ ବର୍ଷିଥିଲେ।