ଜିଏସଟି ଲାଗୁପରେ ଏମଆରପି ଦ୍ୱନ୍ଦ୍ୱ ଦୂରକଲେ ସରକାର ! ବିଜ୍ଞାପନ ଦେଇ ଦର ବଢ଼ାଇ ପାରିବେ ବ୍ୟବସାୟୀ

32

କନକ ବ୍ୟୁରୋ : ଜିଏସଟି ଲାଗୁ ପରେ ଏମଆରପି ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ସରକାର । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ବିଜ୍ଞାପନ ଦେଇ ଦର ବଢ଼ାଇବାକୁ କୁହାଯାଇଛି । ଜିଏସଟି ଲାଗୁହେବା ପରେ କୌଣସି ସାମଗ୍ରୀର ଦର ବଢ଼ିଥିଲେ, ଅନ୍ୟୁନ ଦୁଇଟି ଖବର କାଗଜରେ ବିଜ୍ଞାପନ ଦେବେ ଉତ୍ପାଦକ ଅଥବା ବିକ୍ରେତା । ସେହିପରି ପ୍ୟାକେଟରେ ନୂଆ ଓ ପୁରୁଣା ଦରର ଷ୍ଟିକର ଲଗାଇବେ ।

କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାଶ ପାଶ୍ୱାନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଯେ, ବ୍ୟବସାୟୀ ଜିଏସଟି ଆଧାରରେ ନୂଆ ଦର ସମ୍ପର୍କରେ ସୂଚନା ନଦେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପର ବ୍ୟବସାୟୀଙ୍କ ପାଖରେ ଷ୍ଟକ୍ ଥିବା ସାମଗ୍ରୀରେ ନୂଆ ଦରର ଷ୍ଟିକର ଲଗାଇ ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ବିକ୍ରି କରିବାକୁ ମହଲତ ଦିଆଯାଇଛି ।