କନକ ବ୍ୟୁରୋ: ଗତ ଜୁଲାଇ ୧ରୁ ସମଗ୍ର ଦେଶରେ ଦ୍ରବ୍ୟ ଓ ସେବା କର (ଜିଏସଟି)କୁ ଲାଗୁ କରି ଦିଆଯାଇଛି । ଜିଏସଟିକୁ ବ୍ୟାବସାୟିକ ପ୍ରତିଷ୍ଠାନରେ ମଧ୍ୟ ଲାଗୁ କରିବା ପାଇଁ ସରକାର ଆଇନ ପ୍ରଣୟନ କରିଛନ୍ତି । ଏ ସଂକ୍ରାନ୍ତରେ ଶନିବାର ବ୍ୟବସାୟୀମାନଙ୍କୁ ସେମାନଙ୍କର ବ୍ୟବସାୟ ପଞ୍ଜିକରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ସରକାରଙ୍କ ଆଦେଶ ଅନୁସାରେ ବ୍ୟବସାୟୀମାନଙ୍କୁ ଆସନ୍ତା ଜୁଲାଇ ୩୦ ମଧ୍ୟରେ ପଞ୍ଜିକରଣ କରିବାକୁ ପଡ଼ିବ। ଯେଉଁ ବ୍ୟବସାୟୀମାନେ ବାର୍ଷିକ ୨୦ଲକ୍ଷ ଟଙ୍କା ଅଥବା ୨୦ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ କରୁଛନ୍ତି, ସେମାନେ ବାଧ୍ୟତାମୂଳକ ଭାବରେ ତାଙ୍କର ବ୍ୟାବସାୟିକ ପଞ୍ଜିକରଣ କରିବାକୁ ପଡ଼ିବ ।

ଅର୍ଥ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ନୋଟିସରେ କୁହାଯାଇଛି ଯେ, ବ୍ୟବସାୟୀମାନଙ୍କୁ ୨୦୧୭ ଜୁଲାଇ ୩୦ ମଧ୍ୟରେ ପଞ୍ଜିକରଣ କରିବାକୁ ପଡ଼ିବ। ବ୍ୟବସାୟୀମାନେ କାଳ ବିଳମ୍ବ ନକରି ପଞ୍ଜିକରଣ କରି ନିଅନ୍ତୁ ବୋଲି ନୋଟିସରେ ସୂଚନା ଦିଆଯାଇଛି