ମୋଦି ସରକାରଙ୍କ ପୁଣି ଐତିହାସିକ ନିଷ୍ପତି ! ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ନେଲେ ବଡ ପଦକ୍ଷେପ

69

ମୋଦି ସରକାରଙ୍କ ପୁଣି ଏକ ଚର୍ଚ୍ଚିତ ନିଷ୍ପତି । ମହାନଗର ରାସ୍ତା ଏବଂ ଟ୍ରାଫିକ୍ ନିକଟରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ନେଲେ ବଡ ପଦକ୍ଷେପ । କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ପିଲାଙ୍କ ଭିକ୍ଷାବୃତ୍ତି ବିରୋଧରେ ଏକ ବଡ ଧରଣର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଦିଲ୍ଲୀ , ମୁମ୍ବାଇ ସମତେ ୬ଟି ବଡ ବଡ ମହାନଗରରେ ଆସନ୍ତା ଅଗଷ୍ଟ ମାସରେ ଏହି ଅଭିଯାନ ଆରମ୍ଭ ହେବ । ପୁଲିସ୍ ସାହାଯ୍ୟରେ ଏହି ପିଲାମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ଧାରାରେ ସାମିଲ୍ କରିବାକୁ ଚେଷ୍ଟା କରିବ ସରକାର ।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ କହିଛନ୍ତି ଅଗଷ୍ଟକୁ ‘ଜିରୋ ଟଲରେନ୍ସ’ ମାସ ଭାବରେ ଆୟୋଜନ କରାଯିବ । ଏହି ଅଭିଯାନ ଦ୍ୱାରା ଉଦ୍ଧାର ପିଲାମାନଙ୍କୁ ଆଶ୍ରମ ଏବଂ ଅନ୍ୟ ସ୍ଥାନ ମାନଙ୍କରେ ଥଇଥାନ କରାଯିବ । ଅନାଥ ଏବଂ ଚୋରୀ କରି ଅଣାଯାଇଥିବା ପିଲାମାନଙ୍କୁ ପୁର୍ନବାସ କରାଯିବା ପାଇଁ ବାଟ ଖୋଜାଯିବ ।