ରାଜ୍ୟ କ୍ୟାବିନେଟରେ ଲୋଭ ଦେଖାଇଲେ ସରକାର ! ୭୫ ପ୍ରତିଶତ ଜମି ଦେଲେ ଶହେ ପ୍ରତିଶତ କ୍ଷତିପୂରଣ

19

କନକ ବ୍ୟୁରୋ : ଜଳସେଚନ ପ୍ରକଳ୍ପ ଲାଗି ଗୋଟିଏ ଗାଁର ୭୫ ପ୍ରତିଶତ ଜମି ଅଧିଗ୍ରହଣ ହେଲେ ସମୁଦାୟ ଗାଁକୁ କ୍ଷତିପୂରଣ ମିଳିବ । ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତ୍ୱନାନ୍ୱିତ କରିବା ଲାଗି ରାଜ୍ୟ କ୍ୟାବିନେଟରେ ଏମିତି ଲୋଭ ଦେଖାଇଛନ୍ତି ସରକାର । ସେହିପରି ଆର୍ଥିକ କ୍ଷତି ଦେଖାଇ ଇଣ୍ଡିଆନ୍ ଓଏଲ୍ କର୍ପୋରେସନ ଲିମିଟେଡକୁ ଦିଆଯାଇଥିବା ଟିକସ ରିହାତି ସୁବିଧାକୁ ପ୍ରତ୍ୟାହାର କରିନେଇଛନ୍ତି ।

କ୍ୟାବିନେଟ୍ ବୈଠକରେ ମୋଟ୍ ୧୦ ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଭାଟ୍ ଓ ବିକ୍ରି କର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସେହିପରି ଆସିକା ଚିନିକଳ ପାଇଁ ସରକାର ଗ୍ୟାରେଂଟର ରହିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛି କ୍ୟାବିନେଟ୍ ।