ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ : ରାଜ୍ୟପାଳ କହିଲେ, ମହାନଦୀ ଉପରେ ବେଆଇନ ବନ୍ଧ ନିର୍ମାଣ କରୁଛି ଛତିଶଗଡ

20

କନକ ବ୍ୟୁରୋ : ମହାନଦୀ ଓଡିଶାର ଲାଇଭ ଲାଇନ୍ । ବେଆଇନ୍ ଭାବେ ଛତିଶଗଡ ମହାନଦୀର ଉପରେ ବେଆଇନ ଭାବେ ବ୍ୟାରେଜ ନିର୍ମାଣ କରୁଥିବା କହିଛନ୍ତି ରାଜ୍ୟପାଳ ଏସସି ଜମୀର । ବିଧାନସଭାର ନବମ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ଅଭିଭାଷଣରେ ଏହା କହିଛନ୍ତି ।

ରାଜ୍ୟପାଳ କହିଛନ୍ତି ମୋଦି ସରକାରଙ୍କ ବିମୁଦ୍ରାକରଣ ନିଷ୍ପତି ରାଜ୍ୟ ଉପରେ ପଡିଛି । ବିଶେଷ କରି ବଡନୋଟ ଅଚଳ ହେବା ଯୋଗୁଁ ନଗଦ କାରବାର ପ୍ରଭାବିତ ହୋଇଥିବା କହିଛନ୍ତି ଏସସି ଜମୀର । ରାଜ୍ୟରେ ଗରିବ ହ୍ରାସ ପାଇଛି, ଆର୍ଥିକ ଅଭିବୃଦ୍ଧି ବୃଦ୍ଧି ପାଇଛି । କେବିକେ ଜିଲ୍ଲାର ଉନ୍ନୟନ ପାଇଁ ରାଜ୍ୟ ସରକାର ବହୁ କାର୍ଯ୍ୟ ହାତକୁ ନେଇଛନ୍ତି । ରାଜ୍ୟ ନିଜସ୍ୱ ସମ୍ବଳରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରୁଥିବା କହଛନ୍ତି ରାଜ୍ୟପାଳ ଏସସି ଜମିର ।